www.samajalive.in
Monday, December 8, 2025
27.1 C
Bhubaneswar

ଶୀତରେ ନିଅନ୍ତୁ ସୁପ୍‍ର ମଜା

ଶୀତଦିନେ ଅଧିକାଂଶ ଲୋକେ ସୁପ୍‍ ପିଇବାକୁ ପସନ୍ଦ କରନ୍ତି। ଏହା ଶରୀରକୁ ଉଷ୍ଣତା ପ୍ରଦାନ କରିଥାଏ। ଥଣ୍ଡାରୁ ମଧ୍ୟ ରକ୍ଷା କରିଥାଏ। ତେଣୁ ଶୀତଋତୁରେ ଉଷୁମ ସୁପ୍‍ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଜାଣନ୍ତୁ……
ଥଣ୍ଡାକୁ ଏଡାଇବା ପାଇଁ ଉଷୁମ ସୁପ୍‍ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ । ଏହା ବ୍ୟତୀତ ଗୋଲମରିଚ ମିଶ୍ରିତ ସୁପ୍ ପିଇବା ଥଣ୍ଡା କିମ୍ବା ଗଳା ଯନ୍ତ୍ରଣା ହେଲେ ମଧ୍ୟ ଶୀଘ୍ର ଆରାମ ଦେଇଥାଏ ।
ଆପଣଙ୍କୁ ଦୁର୍ବଳ ଅନୁଭବ ହେବା ସମୟରେ ନିଶ୍ଚୟ ସୁପ୍‍ ର ସେବନ କରନ୍ତୁ।
ଏହା କେବଳ ଦୁର୍ବଳତାକୁ ଦୂର କରେ ନାହିଁ, ବରଂ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହା ଜ୍ୱର, ଶାରୀରିକ ଯନ୍ତ୍ରଣା, ଥଣ୍ଡା ଭଳି ସମସ୍ୟା ଦୂର କରିଥାଏ ।
ସୁପ୍ ରୋଗରେ ମଧ୍ୟ ଖିଆଯାଏ କାରଣ ଏହା ସହଜରେ ହଜମ ହୁଏ ଏବଂ କୌଣସି ପ୍ରକାରର ସମସ୍ୟା ସୃଷ୍ଟି କରେ ନାହିଁ ।ଏହାସହ ହଜମ ପ୍ରକ୍ରିୟା ମଧ୍ୟ ସୁସ୍ଥ ରହିଥାଏ।
ଯଦି ଆପଣଙ୍କ ପାଟିର ସ୍ୱାଦ ବଦଳୁଛି, ଏବଂ ଆପଣ ସବୁକିଛି ସ୍ୱାଦହୀନ ମନେ କରୁଛନ୍ତି, ତେବେ ସୁପ୍ ପିଅନ୍ତୁ । ଏହା ସ୍ୱାଦକୁ ଫେରାଇ ଆଣିବାରେ ସାହାଯ୍ୟ କରିବ ।

ଆପଣ ଅସୁସ୍ଥ ଥିବାବେଳେ କିମ୍ବା ଜ୍ୱର ସମୟରେ ଶରୀର ରେ ଜଳୀୟଅଂଶ ହ୍ରାସ ପାଇଥାଏ , ତେଣୁ ଶରୀରରେ ଜଳୀୟଅଂଶର ବୃଦ୍ଧି ପାଇଁ ସୁପ ପିଇବା ଖୁବ ଲାଭଦାୟକ।

- Advertisement -

ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ସୁପ୍ ଏକ ଉତ୍ତମ ଉପାୟ। ଏଥିରେ, ଆପଣ ପ୍ରଚୁର ଫାଇବର ମଧ୍ୟ ପାଇପାରିବେ ଏବଂ ପୋଷକ ତତ୍ତ୍ୱ ଏବଂ କ୍ୟାଲୋରୀ ଅଧିକ ନୁହେଁ । ସୁପ୍ ପିଇବା ଦ୍ୱାରା ପେଟ ଶୀଘ୍ର ଭର୍ତ୍ତି ହୋଇଯାଏ।
ପୁଷ୍ଟିକର – ସୁପ୍ ପୁଷ୍ଟିକର ଉପାଦାନରେ ପରିପୂର୍ଣ୍ଣ । ବାସ୍ତବରେ, ପନିପରିବା କିମ୍ବା ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ଯେଉଁଥିରେ ସୁପ୍ ତିଆରି ହୁଏ, ଏହାର ଅନେକ ପୋଷକ ତତ୍ତ୍ୱରେ ଭରପୂର । ସୁପ ଶରୀରକୁ ଆବଶ୍ୟକ ଶକ୍ତି ମଧ୍ୟ ଯୋଗାଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories