www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ବନ୍ଦ: ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଦେଶବ୍ୟାପୀ ହୋଇଥିବା ବନ୍ଦପାଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବନ୍ଦପାଳନର ମିଶ୍ରିତ ପ୍ରଭାବ ପଡିଛି। କେତେକ ରାଜ୍ୟରେ ଏହା ସମ୍ପୂର୍ଣ ସଫଳ ହୋଇଥିବା ବେଳେ ଆଉ କେତେକ ରାଜ୍ୟରେ ଆଂଶିକ ସଫଳ ହୋଇଛି। ସୋମବାର ହୋଇଥିବା ବନ୍ଦ ପାଳନ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ମଧ୍ୟ ଘଟିଛି। କଂଗ୍ରେସ ନେତୃତ୍ବରେ ବିଭିନ୍ନ ବିରୋଧୀ ଦଳଗୁଡିକ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଥିଲା। କଂଗ୍ରେସ ଏହି ବନ୍ଦ ପାଳନକୁ ସଫଳ ବୋଲି କହିଥିବାବେଳେ ବିଜେପି ଏହାକୁ ଅସଫଳ ବୋଲି କହିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ବନ୍ଦରେ ସାମିଲ ହୋଇଥିଲେ। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀଙ୍କ ନିରବତାକୁ ରାହୁଲ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ବିଗତ ୭୦ବର୍ଷ ମଧ୍ୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ତଳକୁ କେବେ ଖସି ନ ଥିଲା। ଏହି ବନ୍ଦକୁ ସମର୍ଥନ ଜଣାଇଥିବା ଅନ୍ୟ ବିରୋଧୀ ଦଳଗୁଡିକ ରାହୁଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଂଗ୍ରେସର ଏହି ବନ୍ଦ ଡାକରାକୁ ଏନସିସି, ଡିଏମକେ, ଆରଜେଡି, ସମାଜବାଦୀ ପାର୍ଟି, ବାମଦଳ, ଜେଡିଏସ ସମେତ ୨୧ଟି ବିରୋଧୀ ଦଳ ସମର୍ଥନ କରିଥିଲେ। ବନ୍ଦ ସମୟରେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା।
କଂଗ୍ରେସ ମୁଖପାତ୍ର ରଣଦୀପ ସୂ​‌େ​‌ର୍ଯ୍ୟୱାଲା କହିଛନ୍ତି ଯେ ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକ ପ୍ରଭାବିତ ହେଉଛନ୍ତି। ତେଣୁ ଏହି ତୈଳଦରକୁ ଜିଏସଟ୍ ପରିସରଭୁକ୍ତ କରାଯିବା ଦରକାର। ବନ୍ଦ ପାଳନ ସମୟରେ ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ଗୁଜରାଟରେ ୩୦୦ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି। ଅଟକ କର୍ମୀଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଅମିତ ଚାଭଡା ଓ ଗୁଜରାଟ ରାଜ୍ୟ ପ୍ରଭାରୀ ରାଜୀବ ସତାଭ ଅଛନ୍ତି। ସେହିପରି ଝାଡଖଣ୍ଡରେ ମଧ୍ୟ ୫୮ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖାଯାଇଛି। ଆନ୍ଧ୍ରପ୍ରଦେଶରେ ଏହି ବନ୍ଦ ପାଳନ ସଫଳ ହୋଇଥିଲା। ଶାସକ ତେଲୁଗ ଦେଶମ ପାର୍ଟି ଏହାକୁ ସମର୍ଥନ ଜଣାଇଥିଲା। ୱାଇଏସଆର କଂଗ୍ରେସ ଏହି ବନ୍ଦରୁ ଦୂରେଇ ରହିଥିଲା। ତେବେ ତେଲଙ୍ଗାନାରେ ଏହାର ପ୍ରଭାବ ଆଂଶିକ ରହିଥିଲା। ହାଇଦରାବାଦରେ ସମସ୍ତ ସରକାର କାର୍ଯ୍ୟାଳୟ ଓ ବ୍ୟାଙ୍କ ଆଦି ଖୋଲା ରହିଥିଲା। ରାଜ୍ୟ ସଡକ ପରିବହନର ବସ୍‌ ସ୍ବାଭାବିକ ଭାବେ ଚଳାଚଳ କରିଥିଲା। ତେବେ ଘରୋଇ ସ୍କୁଲଗୁଡିକ ସତର୍କତାମୂଳକ ପଦକ୍ଷେପ ପାଇଁ ଛୁଟି ଘୋଷଣା କରିଥିଲେ।
ଆଜିର ଭାରତ ବନ୍ଦର ପ୍ରଭାବ ମଧ୍ୟପ୍ରଦେଶରେ ବେଶ ଅନୁଭୂତ ହୋଇଛି। କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା କରିବା ସହ ପେଟ୍ରୋଲ ପମ୍ପଗୁଡିକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରଦେଶ କଂଗ୍ରେସ ଏହି ବନ୍ଦ ପାଳନକୁ ସଫଳ ବୋଲି କହିଥିବାବେଳେ ଶାସକ ବିଜେପି ଏହାକୁ ନିନ୍ଦା କରିଛି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories