www.samajalive.in
Tuesday, December 9, 2025
15.1 C
Bhubaneswar

ଧାରଣାରେ ବସିଲେ ସ୍ୱାବଲମ୍ବୀ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ; ତାଲା ଭାଙ୍ଗି ପାନୀୟ ଜଳ ଯୋଗାଇଲେ ସରପଞ୍ଚ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପାଣିଟାଙ୍କି ପାଖରେ ତାଲା ପକାଇ ଧାରଣାରେ ସ୍ୱାବଲମ୍ବୀ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀ ବସିଥିବା ବେଳେ ସରପଞ୍ଚମାନେ ପମ୍ପ ହାଉସ ତାଲା ଭାଙ୍ଗି ପାନୀୟ ଜଳ ଯୋଗାଇଥିବା ଦେଖିବାକୁ ମିଳିଛି । ସ୍ୱାବଲମ୍ବୀ ଓ ଗ୍ରାମୀଣ ଜଳ ଯୋଗାଣ କର୍ମଚାରୀମାନେ ୭ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉଦେଶ୍ୟରେ ବିଡ଼ିଓ ସୁଧାକର ରଇତଙ୍କୁ ୧୮ ତାରିଖରେ ପ୍ରଦାନ କରିଥିଲେ । ଏହା ୨୨ତାରିଖ ସୁଦ୍ଧା ଦାବି ପୂରଣ କରା ନ ଗଲେ ଧାରଣାରେ ବସିବୁ ବୋଲି କହିଥିଲେ । ଏହା ପୁରୁଣା କରା ନ ହେବାରୁ ଜିଲା ସଭାପତି ରାମକୃଷ୍ଣ ପଣ୍ଡାଙ୍କ ନିର୍ଦେଶକ୍ରମେ ବ୍ଲକ ସଭାପତି ଇଶ୍ୱର ମୁଣ୍ଡାଛେନାଙ୍କ ନେତୃତ୍ୱରେ ଗତ କାଲିଠାରୁ ବ୍ଲକରେ ଥିବା ୩୭ଟି ପମ୍ପହାଉସ ତାଲା ପକାଇ ସଦର ପାଣିଟାଙ୍କି ସମ୍ମୁଖରେ ଧାରଣାରେ ବସିଥିଲେ। ଯଦି ଡିସେମ୍ବର ମାସ ୧ ତାରିଖ ସୁଦ୍ଧା ଏମାନଙ୍କ ଦାବି ପୂରଣ କରା ନଯାଏ ତାହେଲେ ରାଜ୍ୟର ୨୫ହଜାର କର୍ମଚାରୀ ଆତ୍ମହତ୍ୟା କରିବୁ ବୋଲି କହିଛନ୍ତି। ଅଞ୍ଚଳରେ ପାନୀୟ ଜଳ ପାଇଁ ଗ୍ରାମବାସୀ ପଞ୍ଚାୟତରେ ପାଟିତୁଣ୍ଡ କରିବାରୁ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚମାନେ କିଏ ତାଲା ଭାଙ୍ଗିଛନ୍ତି ତ କିଏ ତାଲା ଖୋଲି ପାଣି ଛାଡିଥିବା ଦେଖିବାକୁ ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories