www.samajalive.in
Tuesday, December 9, 2025
17.1 C
Bhubaneswar

ପାପଡାହାଣ୍ଡି ବ୍ଲକ ସମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ

ପାପଡାହାଣ୍ଡି: ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ କାର୍ୟ୍ୟାଳୟ ସମୁଖରେ ଆଶାକର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଡ଼ିଓଙ୍କ ଜରିଆରେ ୧୪ଦଫା ଦାବିପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଛି। ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ନବରଙ୍ଗପୁର ପକ୍ଷରୁ ଏକ ୧୪ ଦଫା ଦାବିପତ୍ର ପାପଡାହାଣ୍ଡି ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି। ଆଜି ଆଶାକର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ ସେଠାରେ ବିକ୍ଷୋଭ ପରେ ଏକ ସଭା କରାଯାଇଥିଲା। ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ଗ୍ରାମାଞ୍ଚଳର ମାଆ ଓ ଶିଶୁର ବିକାଶ ସହିତ ନିରାପଦ ମାତୃତ୍ବ ଓ ସମସ୍ତ ମାଆ ମାନଙ୍କୁ ସାସ୍ଥ୍ୟ କେନ୍ଦ୍ରରେ ଶିଶୁଜନ୍ମ କରିବା ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ୟ୍ୟରେ ଆଶା କର୍ମୀ ମାନେ ନିୟୋଜିତ ହୋଇ ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁହାର ଓ ସ୍ବାସ୍ଥ୍ୟ କେନ୍ଦ୍ରରେ ଶିଶୁ ଜନ୍ମ ଲାଭ କରିବାରେ ଉଲ୍ଲେଖନୀୟ ଅଗ୍ରଗତି କରିବାରେ ସହାୟକ ହୋଇପାରିଛନ୍ତି। ଏହା ସତ୍ତ୍ବେ ଅଶା କର୍ମୀମାନେ ସର୍ବନିମ୍ନ ମଜୁରୀ ଓ ସମସ୍ତ ସୁବିଧାରୁ ବଞ୍ଚିତ ବୋଲି ଭାରତୀୟ ମଜଦୁର ସଂଘର ଜିଲା ସମ୍ପାଦକ ପରମେଶ୍ବର ବିଷୋୟୀ ପ୍ରକାଶ କରିଛନ୍ତି। ସଂଘ ତରଫରୁ ଏକ ୧୪ ଦଫା ଦାବିପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓ ନିର୍ଦେଶିକା ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶାଙ୍କ ଉଦ୍ଦେଶ୍ୟରେ ପାପଡାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା।

ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ କରାଯିବା, ଆଶା କର୍ମୀଙ୍କୁ ମାସିକ ବେତେନ ୧୮, ୦୦୦ /ଟଙ୍କା, ଆଶା କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇ ଇପିଏଫ, ଇଏସଆଇ, ପେନସନ, ଓ ଗ୍ରାଚ୍ୟୁଟି ଯୋଗାଇଦିଆଯିବା, ଆଶା କର୍ମୀମାନେ କାର୍ଯ୍ୟରତ ଥିବା ସମୟରେ ସେମାନଙ୍କର ଦୁର୍ଘଟଣା ଜନୀତ କିମ୍ବା ସାଧାରଣ ମୃତ୍ୟୁ ଘଟିଲେ ୫, ୦୦, ୦୦୦ / – ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବା, ଶିକ୍ଷିତା ଆଶା କର୍ମୀ ମାନଙ୍କୁ ଟିକା କରଣ ନିମନ୍ତେ ତାଲିମ ଦେବାର ବ୍ୟବସ୍ଥା କରାଯିବା, ଯୋଗ୍ୟତା ଧାରୀ ଆଶା କର୍ମୀ ମାନଙ୍କୁ ନିର୍ଦ୍ଦିଷ୍ଟ ବୟସ ସୀମା ହଟା ଯାଇ ଏ ଏନ ଏମ ପଦବୀରେ ନିଯୁକ୍ତି ଦେବା ଆଦି ସଂଘର ଗୀତାଞ୍ଜଳି ହରିଜନ, ସଂଯୁକ୍ତା ନାୟକ, ପାର୍ବତୀ ଭତରା, କବିତା ସ୍ୱାଇଁ, ମଞ୍ଜୁଳା ରାଓ, ଅନିତା ମାଝୀ ପ୍ରମୁଖ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories