www.samajalive.in
Tuesday, December 9, 2025
16.1 C
Bhubaneswar

ମାହାଙ୍ଗା ଡବଲମର୍ଡର, ରିପୋର୍ଟ ମାଗିଲେ କୋର୍ଟ

ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ଘଟଣା ଓ ମନ୍ତ୍ରୀ ପ୍ରତାପ ଜେନା ସମ୍ପୃକ୍ତି ମାମଲା ଅଭିଯୋଗ ମାମଲାରେ ମାହାଙ୍ଗା ପୁଲିସ ଉପରେ ଅସନ୍ତୋଷ ପ୍ରକାଶ କଲେ ଜେଏମଏଫସି କୋର୍ଟ। ସାନି ତଦନ୍ତ ରିପୋର୍ଟ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରି ତଦନ୍ତ କେଉଁଯାଏଁ ଯାଇଛି ତାହାର ଏକ ରିପୋର୍ଟ ଦେବାକୁ କୋର୍ଟ ମାହାଙ୍ଗା ପୁଲିସକୁ ନିର୍ଦେଶ ଦେଇଛି। ଏହି ମାମଲାରେ ସମ୍ପୃକ୍ତି ନେଇ ୩ଜଣଙ୍କ ସିଡିଆର କୋର୍ଟ ମାଗିଛନ୍ତି। ମୃତ ପ୍ରଫୁଲ୍ଲ ବିଶ୍ବାଳ ଏବଂ ମନ୍ତ୍ରୀଙ୍କ ୨ ସହଯୋଗୀଙ୍କ ସିଡିଆର ମାଗିଛନ୍ତି। ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମନ୍ତ୍ରୀଙ୍କ ପ୍ରତିନିଧି ବାପି ବିଶ୍ବାଳଙ୍କ ସିଡିଆର  କୋର୍ଟ ମାଗିଛନ୍ତି। ମନ୍ତ୍ରୀଙ୍କ ନାମ ଚାର୍ଜସିଟରେ ନ ଥିବାରୁ ପୁନଃ ତଦନ୍ତ ନିର୍ଦେଶ ଥିଲା। ଏତଲାରେ ଥାଇ ଚାର୍ଜସିଟରେ ନଥିବାରୁ ପୁନଃ ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରୋଟେଷ୍ଟ ପିଟିସନ ଆଧାରରେ ପୁନଃ ତଦନ୍ତ ନିର୍ଦେଶ ଦେଇଥିଲେ କୋର୍ଟ। ନିର୍ଦେଶ ସତ୍ତ୍ବେ ତଦନ୍ତ ରିପୋର୍ଟ ନ ମିଳିବାରୁ କ୍ଷୁବ୍ଧ ହେଲେ କୋର୍ଟ। ଅଗଷ୍ଟ ମାସରୁ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ ବି ରିପୋର୍ଟ ନ ମିଳିବାରୁ କୋର୍ଟ କ୍ଷୁବ୍ଧ ହୋଇଥିଲେ ବୋଲି ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ସୂଚନା ଦେଇଛନ୍ତି।

 

- Advertisement -

ଅପରପକ୍ଷରେ କେନ୍ଦ୍ରାପଡ଼ା ଗସ୍ତବେଳେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧ କରାଯାଇଛି। ଲ’ କଲେଜ ଛକରେ ଯୁବ କଂଗ୍ରେସ ଓ ଗୁଲନଗର ଛକରେ ବିଜେପିର ବିରୋଧ ପ୍ରଦର୍ଶନ ହୋଇଛି। ଉଭୟ ଦଳର କର୍ମୀଙ୍କ କଳାପତାକା ପ୍ରଦର୍ଶନ ସହ ନାରାବାଜି ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories