www.samajalive.in
Sunday, December 7, 2025
15.1 C
Bhubaneswar

ନୂଆସାହି ଛେଳିଆନାଳ ବିଦ୍ୟାଳୟରୁ ପାନୀୟଜଳ ସଂକଟ ଦୂର ହେବ କେବେ?

ଝୁମ୍ପୁରା: ସଂପ୍ରତି ସରକାର ଯେଉଁ ବିଦ୍ୟାଳୟ କିମ୍ବା ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ପିଇବା ପାଣିର ସୁବିଧା ନାହିଁ ସେଠାରେ ତୁରନ୍ତ ପାନୀୟ ଜଳର ସୁବିଧା କରିବା ପାଇଁ ସରକାର ଜିଲାପ୍ରଶାସନକୁ କଡା ନିର୍ଦେଶ ଦେଇଛନ୍ତି ସତ କିନ୍ତୁ ଜିଲା ପ୍ରଶାସନ ପକ୍ଷରୁ ଯେଉଁ ବିଦ୍ୟାଳୟରେ ପାନୀୟ ସଂକଟ ରହିଛି ସେହି ବିଦ୍ୟାଳୟଗୁଡିକୁ ଚିହ୍ନଟ କରି ସେଠାରେ ପାନୀୟ ଜଳର ସୁବିଧା କରିବାରେ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକ ବାରିଆ ପଞ୍ଚାୟତ ନୂଆସାହି ଛେଳିଆ ନାଳରେ ସରକାର ପକ୍ଷରୁ ୨୦୧୪ ମସିହରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ବିଦ୍ୟାଳୟ ସ୍ଥାପନ ହେବା ପରେ ସରକାର ତରଫରୁ ଏହି ବିଦ୍ୟାଳୟକୁ ତୁରନ୍ତ ଆବଶ୍ୟକ ଶ୍ରେଣୀ ଗୃହ ଏବଂ କାର୍ଯ୍ୟାଳୟ ଯୋଗାଇ ଦେଇଛନ୍ତି। ଏହି ବିଦ୍ୟାଳୟରେ ବର୍ତ୍ତମାନ ୪୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟର ଶ୍ରେଣୀ ନିର୍ମାଣ ହେବା ସହିତ ବିଦ୍ୟାଳୟର ଚାରି ପାଖରେ ପାଚେରୀ ମଧ୍ୟ ନିର୍ମାଣ ହୋଇଛି ସତ କିନ୍ତୁ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ପାନୀୟ ଜଳ ବିବ୍ୟସ୍ଥା ହୋଇପାରିଲା ନାହିଁ। ସାହିଠାରୁ ୧ କିମି ଦୂରରେ ବିଦ୍ୟାଳୟ ସ୍ଥାପନ ହୋଇଥିବାରୁ ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇବା ପୂର୍ବରୁ ହାତ ଧୋଇବା କିମ୍ବା ଖାଇ ସାରିବା ପରେ ଥାଳି ଧୋଇବା ପାଇଁ ୧ କିମି ଦୂରରେ ଥିବା ନଳକୂଅ ଉପରେ ନିର୍ଭର କରୁଛନ୍ତି। ସ୍କୁଲର ପାଚିକା ଏବଂ ସହାୟିକାମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବା ପାଇଁ ୧ କିମି ଦୂରରୂ ପାଣି ଆଣି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି। ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଶ୍ରେଣୀ ଗୃହଠାରୁ ଆରମ୍ଭ କରି ପାଚେରୀ ନିର୍ମାଣ କରୁଛନ୍ତି କିନ୍ତୁ ପିଲାଙ୍କ ନିତ୍ୟାନ୍ତ ଆବଶ୍ୟକ ହେଉଥିବା ପିଇବା ପାଣିର ସୁବିଧା କରୁନଥିବା ଦେଖିବାକୁ ମିଳିଛି ଏହି ବିଦ୍ୟାଳୟରେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ସତ କିନ୍ତୁ ଶୌଚାଳୟ ସଂପୂର୍ଣ୍ଣ କେବେ ହେବ ତାହା କହିବା ମୁସ୍କିଲ ହୋଇପଡିଛି। ନିର୍ମାଣାଧିନ ପାଇଖାନା ଘର ଭିତରେ ବର୍ତ୍ତମାନ ଉଇହୁଙ୍କା ଉଠି ଶୌଚାଳୟ ଗୃହକୁ ତାଙ୍କ ଅଧିନକୁ ନେଇ ରଖିଛନ୍ତି ତଥାପି ଶୌଚାଳୟ ସଂପୂର୍ଣ୍ଣ ହେବାର ନାଁ ଧରୁନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ବିଦ୍ୟାଳୟର ଶିକ୍ଷକ ଗୌର ମହାନ୍ତଙ୍କୁ ଶୌଚାଳୟ କାହିଁକି ସଂପୂର୍ଣ୍ଣ କରାଯାଉନାହଁ ବୋଲି ବୁଝିବାର ସେ କହନ୍ତି ବିଭାଗ ପକ୍ଷରୁ ଯେତିକି ଅର୍ଥ ଆସିଥିଲା ସେତିକି ଅର୍ଥରେ ଏତିକି କାମ ହୋଇଛି ବାକି କାମ କରିବା ପାଇଁ ଅର୍ଥ ଆସୁ ନ ଥିବାରୁ ଶୌଚାଳୟ ସଂପୂର୍ଣ୍ଣ ହୋଇପାରୁ ନାହିଁ ବୋଲି କହିଥିଲେ।

ସେହିପରି ବିଦ୍ୟାଳୟ ପରିସର ମଧ୍ୟରେ ବର୍ତ୍ତମାନ ନୂଆ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଚାଲିଛି। ବିଦ୍ୟାଳୟ ପରିସର ମଧ୍ୟରେ ପାନୀୟ ଜଳର ସୁବିଧା ନଥିବାରୁ କୁନି କୁନି ପିଲାମାନେ ଅଙ୍ଗନୱାଡି କେନ୍ଦ୍ରରେ ଖାଦ୍ୟ ଖାଇ ସାରିବା ପରେ ପାଣି କେଉଁଠି ପାଇବେ ବୋଲି ମାଆମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ବିଦ୍ୟାଳୟ ପରିସର ମଧ୍ୟରେ ନଳକୂଅ ଖୋଳିବା ପାଇଁ ସିଆରସିସି ଗୁରୁଚରଣ ନାଏକ ଆଜକୁ ୩ ବର୍ଷ ହେଲା ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଏପରିକି ଜିଲା ପ୍ରଶାସନକୁ ଅବଗତ କରିଆସୁଥିଲେ ମଧ୍ୟ ପ୍ରଶାସନର ଅଧିକାରୀମାନେ ବିଦ୍ୟାଳୟ ପରିସର ମଧ୍ୟରେ ନଳକୂଅ ଖୋଳି ବିଦ୍ୟାଳୟରେ ଲାଗି ରହିଥିବା ପାନୀୟ ଜଳ ସଂକଟକୁ ଦୂର କରିବା ଦିଗରେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରର ପିଲାମାନଙ୍କୁ ପିଇବା ପାଣିର ବ୍ୟବସ୍ଥା କରିବା ଦିଗରେ ଜିଲାପ୍ରଶାସନ ସ୍ୱତନ୍ତ ଦୃଷ୍ଟି ଦେବାକୁ ଅଭିଭାବକ ତରଫରୁ ମତପ୍ରକାଶ ପାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories