www.samajalive.in
Monday, December 8, 2025
17.1 C
Bhubaneswar

ଲଘୁଚାପରେ ଭାଷିଲା ଅମଳ ଧାନ

ରେଙ୍ଗାଲିକ୍ୟାମ୍ପ :  ଅଦିନିଆ ବର୍ଷା  ଚାଷୀ କୁଳ ପାଇଁ ପୁଣି  ଚିନ୍ତା ର ବିଷୟ ପାଲଟିଛି । ଏବେ ମାର୍କେଟ ୟାର୍ଡ ଖୋଲି ନ ଥିବା ବେଳେ  ଚାଷୀଙ୍କ ଅମଳ ଧାନ ସବୁ  ରାସ୍ତାକଡ଼ରେ ଖରାରେ ଶୁଖାଇ ରଖୁଛନ୍ତି । ଏହିଭଳି  ଅତାବିରା ଟେଲିଫୋନ ଏକ୍ସଚେଞ୍ଜ ଛକରେ ଭୋଇପୁରାର ଭାଗ ଚାଷୀ  ବି ହରି ନାରାୟଣଙ୍କ ଚାରି ଏକର ଜମି ର ଧାନ ଓ ଜେଙ୍ଗା ମିଞ୍ଚଙ୍କ ଦୁଇ ଏକରର ଧାନ  ଅଦିନିଆ ଲଘୁଚାପ ବର୍ଷାରେ ଧୋଇ ହୋଇ ନଷ୍ଟ ହୋଇଯାଇଛି । ଚାଷୀଙ୍କ ସୁନାର ଫସଲ  ଜାତୀୟ ରାସ୍ତା କଡ଼ରେ ଭାସୁଥିବା ଦେଖି ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଗତ ଖରିଫ ଫସଲରେ ଚାଷୀଙ୍କ ଅବସ୍ଥା ଯାହା ହୋଇଥିଲା, ତାହା ଆଜି ବି ଚାଷୀଙ୍କ ଦୁଃଖ ହୋଇ ରହିଛି। ତଥାପି ମନରେ ସାହସ ବାନ୍ଧି  ପୁଣି କିଛି ଆଶା ନେଇ ରବି ଫସଲ ଆରମ୍ଭ କରିଥିଲେ ଋଣ ବୋଝ  ସତ୍ତ୍ୱେ। କିନ୍ତୁ ଆଜି ପୁଣି ଚାଷୀଙ୍କ ଧାନ ରାସ୍ତାରେ ଭାସୁଥିବା ଦେଖି ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରାଧନ ପ୍ରଧାନ,ମ୍ପାଦକ ରୁପେସ୍ୱର ପ୍ରଧାନ,ରିଷ୍ଠ ଚାଷୀ ନେତା ବୃଷଭାନୁ ସାହୁ, ବେବିରା କୃଷକ ସଂଗଠନ ର ସଭାପତି ପ୍ରକାଶ ନାଏକ, ବସନ୍ତ ବାରିକ, ପଲଉ ମାଝୀ,ଗଣେଶ ମହାକୁର,ଭିକାରୀ ବାରିକ୍ ପ୍ରମୁଖ  ଦୁଃଖ ପ୍ରକାଶ କରିବା ସହ ଚାଷୀଙ୍କ କ୍ଷୟକ୍ଷତି ର ଆକଳନ କରି କ୍ଷତି ପୁରଣ ଦେବା ପାଇଁ କୃଷି ବିଭାଗ  ତତ୍ପରତା ପ୍ରକାଶ କରିବା ଉଚିତ୍ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆସନ୍ତା ୨୫ ତାରିଖରେ ମାର୍କେଟ ୟାର୍ଡ୍ ଗୁଡ଼ିକ ଖୋଲିବ ବୋଲି ସୂଚନା ମିଳିଛି, ହେଲେ  ଅମଳ ଧାନ  ସେଇଦିନ ପର୍ଯ୍ୟନ୍ତ ନଷ୍ଟ  ହେଇ ପୁଣି ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିବ।  ତେଣୁ ଲେଢ଼ି ଗୁଡ଼ କହୁଣୀକୁ ବୋହିଯିବା ଆଗରୁ ସରକାର ଚାଷୀଙ୍କ ପାଇଁ ସ୍ବତନ୍ତ୍ର କ୍ଷତି ପୂରଣ ବ୍ୟବସ୍ଥା କରିବା ଉଚିତ୍ ବୋଲି ସଂଗଠନ ଦାବି ଜଣାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories