www.samajalive.in
Thursday, December 11, 2025
26.1 C
Bhubaneswar

ଶ୍ରୀନଗରରେ ଆତଙ୍କବାଦୀ ନିହତ; ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନ୍ୟୂନ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି । ମୃତ ଆତଙ୍କି ପୁଲୱାମା ବାସିନ୍ଦା ଏବଂ ଆମିର ରିୟାଜ ବୋଲି ଚିହ୍ନଟ କରାଯାଇôଥବା କାଶ୍ମୀର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି । ଏଥିସହିତ ଉକ୍ତ ଅଞ୍ଚଳରେ ଲୁଚି ରହିଥିବା ଅନ୍ୟ କେତେକ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବାକୁ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଗୁରୁବାର ରାତିରେ ଶ୍ରୀନଗରରେ ଆତଙ୍କିଙ୍କ ସହିତ ସୁରକ୍ଷା ବାହିନୀ ଯବାନଙ୍କର ଗୁଳି ବିନିମୟ ଫଳରେ ଜଣେ ଆତଙ୍କି ପ୍ରାଣ ହରାଇଥିଲା । ତା’ ନିକଟରୁ ଏକ ଏକେ ୪୭ ବନ୍ଧୁକ ଏବଂ ଅଫୁଟା ଗୁଳି ଗୋଳା ଜବତ କରାଯାଇଛି । ତାହାସହିତ ଥିବା ଅନ୍ୟ ଆତଙ୍କିମାନେ ଆତ୍ମଗୋପନ କରିଥିବାବେଳେ ସେମାନଙ୍କୁ ଖୋଜିବାକୁ ଗୁରୁବାର ରାତିରୁ ଯବାନମାନେ ତଲାସି ଅଭିଯାନ ଜାରି ରଖିଛନ୍ତି । ପୁଲିସ ଆଇଜି ବିଜୟ କୁମାର କହିଛନ୍ତି, ମୃତ ଆତଙ୍କି ଆମିର ରିୟାଜ ପୁଲୱାମାର ଖ୍ରିୟୁର ବାସିନ୍ଦା ଏବଂ ଆତଙ୍କି ସଂଗଠନ ମୁଜାହିଦ୍ଦିନ ଗଜୱାତୁଲ ହିନ୍ଦ ସହିତ ଜଡିତ ରହିଥିଲା । ଲେଠପୋରୋରେ ହୋଇଥିବା ଆକ୍ରମଣ ଘଟଣାରେ ସଂପୃକ୍ତ ଆତଙ୍କିର ରିୟାଜ ଜଣେ ସଂପର୍କୀୟ ବୋଲି ମଧ୍ୟ ଜଣାଯାଇଛି ଏବଂ ତାକୁ ଆତ୍ମଘାତୀ ଆକ୍ରମଣ କରିବା ଦାୟିତ୍ୱ ଦିଆଯାଇଥିଲା । ଗୁରୁବାର ରାତିରେ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଶ୍ରୀନଗରର ଏକ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ତେବେ ଲୁଚିଥିବା ଆତଙ୍କିମାନେ ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବାରୁ ଯବାନମାନେ ତାହାର ପାଲଟା ଜବାବ ଦେଇôଥଲେ । ସେଥିରେ ଆମିର ରିୟାଜର ମୃତ୍ୟୁ ଘଟିଥିଲା । ସେଠାରେ ଅନ୍ୟ କିଛି ଆତଙ୍କି ଲୁଚି ରହିଥିବାବେଳେ ସୁରକ୍ଷା ବାହିନୀ ପକ୍ଷରୁ ଶୁକ୍ରବାର ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories