www.samajalive.in
Monday, December 8, 2025
27.1 C
Bhubaneswar

ସୀମାନ୍ତରେ ପ୍ରାଥମିକଶିକ୍ଷାର ବିକଳ ଚିତ୍ର, ନଦୀପାର ହୋଇ ଆନ୍ଧ୍ର ଯାଉଛନ୍ତି ଓଡ଼ିଶା ଛାତ୍ର ଛାତ୍ରୀ

ପାତ୍ରପୁର: ସରକାର ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଛଅରୁ ଚଉଦ ବର୍ଷ ପିଲାଙ୍କ ପାଠ ପଢା ପାଇଁ ସର୍ବଶିକ୍ଷା ଅଭିଯାନ ପରେ ଶିକ୍ଷା ଆଇନ ପ୍ରଣୟନ କରିଛନ୍ତି। ତେବେ ବିଭିନ୍ନ କାରଣରୁ ପାତ୍ରପୁର ବ୍ଳକର ବହୁ ପିଲା ଆନ୍ଧ୍ରକୁ ପାଠ ପଢିବା ପାଇଁ ଯାଉଛନ୍ତି। ତେବେ ଆନ୍ଧ୍ର ପ୍ରଦେଶ ସରକାର କରୋନା ପରେ ଆଗୁଆ ସ୍କୁଲ ଖୋଲିବାପରେ ପିଲାଏ ଆନ୍ଧ୍ର ମୁହାଁ ହେଉଛନ୍ତି । ତେବେ ସୀମାନ୍ତ ଦୁର୍ଗମ ଅଂଚଳର ବହୁ ଆଦିବାସୀ ପିଲା ନଦୀ ପାରହୋଇ ପ୍ରାଥମିକ ସ୍କୁଲକୁ ଯାଉଛନ୍ତି। ଏଭଳି ଅବସ୍ଥା ପାତ୍ରପୁର ବ୍ଳକର ତୁମ୍ବା ଏବଂ ବୁରାତାଲ ପଂଚାୟତର କେତେକ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଦୁଇ ପଞ୍ଚାୟତର ଗୁଡିପଦର(ଲିଆ ବାଲି. ବାତରା ସାହି ଏବଂ ଲାଇଡା(ଜୟପୁର) ଗ୍ରାମରୁ ରାତି ପାହିଲେ ୩୦ରୁ ଅଧିକ ପିଲା ମହେନ୍ଦ୍ର ତନୟା ନଦୀ ପାର ହୋଇ ଆନ୍ଧ୍ରର ପୁରୁଣା ଗଡ଼ ସ୍କୁଲକୁ ଯାଉଛନ୍ତି। ଏହି ସବୁ ପିଲାଙ୍କ ପାଠ ପଢା ପାଇଁ ଗୁଡିପଦର ଠାରେ ଝାଟି ମାଟିରେ ନିର୍ମିତ ବିଦ୍ୟାଳୟଟି ତିତଲି ପର ଠାରୁ ଭାଙ୍ଗି ପଡି ରହିଛି।

 

- Advertisement -

ପୂର୍ବରୁ ଏହି ତିନିଗୋଟି ଗ୍ରାମ ଦୁର୍ଗମ ପାହାଡ଼ ଉପରେ ରହିଥିଲା। ଆନ୍ଧ୍ର ସରକାର ଦେଢ ମାସ ହେଲା ବିଭିନ୍ନ ସ୍କୁଲ ଖୋଲି ପାଠ ପଢା ଆରମ୍ଭ କରିଛନ୍ତି। ଏପରିକି ପିଲାଙ୍କୁ ଜଗନ୍ନାନ ଏବଂ ଆମ୍ମା ବଡି ଯୋଜନାରେ ବିଭିନ୍ନ ସୁବିଧା ଯୋଗାଇବା ପରେ ପିଲାମାନେ ଆନ୍ଧ୍ର କୁ ପାଠ ପଢିବାପାଇଁ ଯାଉ ଛନ୍ତି। ଏହି ବ୍ଳକର ଜୟନ୍ତୀପୁର ,ଗୁଡିପଦର, ତୁମ୍ବା, ବୁରାତାଲ, କେଶରୀ ପଡା, ପାତ୍ରପୁର, ବି ନୂଆଗାଁ, ଖମ୍ବରୀଗାଁ, ଗୁଣ୍ଡୁରା, ବରଙ୍ଗ ପ୍ରଭୁତି ପଂଚାୟତର ବିଭିନ୍ନ ଗ୍ରାମରୁ ରାତି ପାହିଲେ ପାଞ୍ଚ ଶହରୁ ଉର୍ଦ୍ଧ୍ବ ପିଲା ପ୍ରାଥମିକ ସ୍ତରରେ ପାଠ ପଢିବା ପାଇଁ ଆନ୍ଧ୍ରର ବିଭିନ୍ନ ବିଦ୍ୟାଳୟକୁ ଯାଉଛନ୍ତି। ପିଲାଙ୍କୁ ଯୋତା, ଛତା, ଚପଲ, ପୋଷାକ, ବହି, ପେନ, ପେନସିଲ, କଟର, ରବର, ସ୍କୁଲ ବ୍ୟାଗ ଦିଆଯାଇଛି। କିଛି ପିଲାଙ୍କୁ ବାର୍ଷିକ ପନ୍ଦର ହଜାର ଟଙ୍କା ବ୍ୟାଙ୍କ ଖାତା ମାଧ୍ୟମରେ ଯୋଗାଇ ଦିଆଯାଉଛି। ଏହି ଗ୍ରାମ ସହିତ ନିକଟ ଡାବୁଥଳି, ଗୁଡିଖଳା ପ୍ରଭୃତି ଗ୍ରାମର ପିଲାଏ ଆନ୍ଧ୍ର ମଞ୍ଜୁସା ସ୍କୁଲକୁ ଯାଇ ପାଠ ପଢୁଛନ୍ତି। କେତେକ ପିଲା ଆନ୍ଧ୍ର ହଷ୍ଟେଲ ରହୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories