www.samajalive.in
Sunday, December 7, 2025
13.1 C
Bhubaneswar

ଗୁଜରାଟରେ ୮୬ କୋଟି ଟଙ୍କା ମୂଲ୍ୟର ଉକ୍ରଟ ନିଶାଦ୍ରବ୍ୟ ଜବତ

ଅହମଦାବାଦ: ଗୁଜରାଟ ପୁଲିସ ରାଜ୍ୟରେ ବିପୁଳ ପରିମାଣର ଉକ୍ରଟ ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି । ରାଜ୍ୟ ପୁଲିସର ସ୍ପେଶାଲ ଅପରେସନ ଗ୍ରୁପ୍‌ ଦ୍ୱାରକାରୁ ପ୍ରାୟ ୧୫ କିଲୋଗ୍ରାମ ଉକ୍ରଟ ନିଶାଦ୍ରବ୍ୟ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୮୬ କୋଟି ଟଙ୍କା ହେବ ବୋଲି ଜଣାଯାଇଛି । ଏହାକୁ ସମୁଦ୍ରପଥରେ ପାକିସ୍ତାନରୁ ଅଣାଯାଇଥିଲା । ରାଜ୍ୟ ପୁଲିସର ଏସଓଜି ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ମିଳିତ ଭାବରେ ଚଢଉ କରି ଏହି ବିପୁଳ ପରିମାଣର ନିଶାଦ୍ରବ୍ୟକୁ ଦ୍ୱାରକା ଉପକୂଳରୁ ଜବତ କରିବାରେ ସଫଳ ହୋଇଥିଲେ । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଏହା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ପୋରବନ୍ଦର ଉପକୂଳରୁ ୩୦୦ କିଲୋଗ୍ରାମ ଓଜନର ଉକ୍ରଟ ନିଶାଦ୍ରବ୍ୟକୁ ଜବତ କରାଯାଇଥିଲା । ପାକିସ୍ତାନରୁ ଭାରତକୁ ନିୟମିତ ଭାବରେ ମାରାତ୍ମକ ନିଶାଦ୍ରବ୍ୟ ଚାଲାଣ କରାଯାଉଥିବାବେଳେ ତାହାକୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଏବଂ ସୁରକ୍ଷା ବାହିନୀ ଯବାନମାନେ ବିଭିନ୍ନ ସ୍ଥାନରୁ ଜବତ କରିବାରେ ସଫଳ ହେଉଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories