www.samajalive.in
Monday, December 8, 2025
20.1 C
Bhubaneswar

ୟୁନେସ୍କୋର ସୃଜନଶୀଳ ସହର ତାଲିକାରେ ଶ୍ରୀନଗର

ନୂଆଦିଲ୍ଲୀ: ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ସୃଜନଶୀଳ ସହର ତାଲିକାରେ ଶ୍ରୀନଗର ସହର ସ୍ଥାନ ପାଇଛି । ଶ୍ରୀନଗରକୁ ଏହି ମାନ୍ୟତା ପ୍ରଦାନ କରିବାରେ ଉଦ୍ୟମ କରିଥିବା ସମସ୍ତଙ୍କୁ ୟୁନେସ୍କୋର ନୂଆଦିଲ୍ଲୀରେ ଅବସ୍ଥାପିତ ନିଦେ୍ର୍ଦଶକ ଏରିକ ଫଲ୍ଟ ପ୍ରଶଂସା କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀନଗର ତାହାର କାରୁକାର୍ଯ୍ୟ ଏବଂ ଲୋକକଳା ପାଇଁ ୟୁନେସ୍କୋର ଏହି ମାନ୍ୟତା ଲାଭ କରିଥିବା ସୋମବାର ଘୋଷଣା କରାଯାଇଛି । ଏହା କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରର ଗ୍ରୀଷ୍ମକାଳୀନ ରାଜଧାନୀ ସହର ।
ୟୁନେସ୍କୋ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଏହାର ସୃଜନଶୀଳ ସହର ନେଟୱର୍କ (ୟୁସିସିଏନ)ରେ ୪୯ଟି ନୂଆ ସହର ସାମିଲ ହୋଇଛି । ସଂସ୍କୃତି ଏବଂ ସୃଜନଶୀଳତାକୁ ସେମାନଙ୍କ ବିକାଶର କେନ୍ଦ୍ରସ୍ଥଳରେ ରଖିବା ତଥା ଜ୍ଞାନ ଏବଂ ଉତ୍ତମ କାର୍ଯ୍ୟାଭ୍ୟାସରେ ଅନ୍ୟଙ୍କୁ ସହଭାଗୀ କରିବା ନିମନ୍ତେ ଏହି ସହରଗୁଡିକର ପ୍ରତିବଦ୍ଧତାକୁ ସ୍ୱୀକୃତି ଜଣାଇ ସେଗୁଡିକୁ ଏହି ମାନ୍ୟତା ଦିଆଯାଇଛି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀନଗରକୁ ୟୁନେସ୍କୋର ଏହି ମାନ୍ୟତା ଏହାର ସୁସଂହତ ସାଂସ୍କୃତିକ ଐତିହ୍ୟ ପ୍ରତି ଯଥୋଚିତ ସ୍ୱୀକୃତି ବୋଲି କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ଜମ୍ମୁ କାଶ୍ମୀର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories