www.samajalive.in
Monday, December 8, 2025
20.1 C
Bhubaneswar

୭୦ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ-୨୦୨୧

ବେଗୁନିଆ : ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ପଞ୍ଚାୟତ ଅଧିନସ୍ଥ ଗୋଡିକିଲୋ ମେଳଣ ପଡିଆ ପ୍ରାଙ୍ଗଣରେ ବେଗୁନିଆ ବ୍ଲକ ଭାରପ୍ରାପ୍ତ ପ୍ରାଣୀଚିକିତ୍ସା ଅଧିକାରୀ ବିଶ୍ୱରଞ୍ଜନ ରାଉତଙ୍କ ଉଦ୍ୟମରେ ୭୦ ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ-୨୦୨୧ ଆଜି ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ଆଶିଷ କୁମାର ଶତପଥୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ବିଧାୟକ ରାଜେନ୍ଦ୍ରକୁମାର ସାହୁ ,ସମ୍ମାନିତ ଅତିଥି ଭାବେ ଆତ୍ମା ଅଧ୍ୟକ୍ଷ ଶ୍ରୀନିବାସ ପାଇକରାୟ ,ଉପାଧ୍ୟକ୍ଷା ତନୁଜା ପାଟଶାଣୀ ,ରୂପକାନ୍ତି ସାହୁ ,ଶଗଡ଼ଭଙ୍ଗା ପଞ୍ଚାୟତ ସରପଞ୍ଚ ବୀଣାପାଣି ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ମନୋଜ କୁମାର ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ଲିପକା ପ୍ରିୟଦର୍ଶିନୀ ।ପ୍ରଥମେ ଗୋମାତାଙ୍କୁ ପୂଜା କରିବା ପରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ।ଗୋ ପ୍ରଦର୍ଶନୀ ପାଇଁ ଏହି କାର୍ୟ୍ୟକ୍ରମରେ ୨୪୮ ଟି ଗାଈ ଛଡା ଏବଂବାଛୁରୀ ଙ୍କର ମାଲିକ ମାନେ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୧୮ ଟି ଗାଈ ୧୧ ଟି ଛଡା ଏବଂ୬ ବାଛୁରୀ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଚୟନ କରାଯାଇଥିଲା । ଗାଈ ପୋଷିଥିବା ମଞ୍ଜୁ ବେହେରା ପ୍ରଥମ ,ଆଶୁତୋଷ ମାନସିଂହ ଦ୍ୱିତୀୟ ଏବଂ ଅର୍ଜୁନ ବେହେରା ତୃତୀୟ ହୋଇଥିଲେ ।ସେହିପରି ଛଡା ଏବଂ ବାଛୁରୀ ପୋଷିଥିବା ୩ ଜଣ ଲେଖାଏଁ ମାଲିକ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ।ସମସ୍ତଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।ଏଥିସହିତ ସକାଳ ସମୟରେ ପ୍ରାଣୀ ଚିକିତ୍ସା ଶିବିର ସହିତ ଗୋ ପାଳକ ସମ୍ବନ୍ଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।ଅତିଥିମାନେ କୃଷି ସମୃଦ୍ଧ ଓଡ଼ିଶାରେ ଚାଷୀମାନେ ବ୍ୟାପକ ଗାଈ ଗୋରୁ ପାଳନ କଲେ କେବଳ ଚାଷ କ୍ଷେତକୁ ପରିପୃଷ୍ଟ କରିବ ନାହିଁ ଅନ୍ୟପକ୍ଷରେ ଚାଷୀମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଥିଲେ ।ଶେଷରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories