www.samajalive.in
Monday, December 8, 2025
27.1 C
Bhubaneswar

ଆଇରନ ପୋଲର ଲୁହା ଛଡ ଚୋରା ଚାଲାଣ ବେଳେ ୫ ଗିରଫ, ପିକ୍‌ଅପ୍‌ ଗାଡି ଓ ବାଇକ ଜବତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଛତାପଦର ନିକଟ କଲ୍ୟାଣୀ ନଦୀରେ ପଡିଥିବା (ୱେଲିବ୍ରିଜ) ଆଇରନ ପୋଲର ଲୁହା ଛଡ଼ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁଲିସ ୫ଜଣଙ୍କୁ ଗିରଫ କରିବା ସହ ପିକପ୍‌ ଗାଡି ଓ ବାଇକ ଜବତ କରିଛି। ଏଥିସହ କେସ୍ ନମ୍ବର ୯୯ ଦଫା ୩୭୯/୩୫୩/୩୪ ଆଇପିସିରେ ମାମାଲ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।

ପୁଲିସ କହିବା ଅନୁଯାୟୀ, ବୁଧବାର ସନ୍ଧ୍ୟା ସମୟରେ କିଛି ଦୁର୍ବୃତ୍ତ ଛତାପଦର ନିକଟକଲ୍ୟାଣୀ ନଦୀରେ ପଡିରହିଥିବା (ୱେଲିବ୍ରିଜ)ଆଇରନ ପୋଲରୁ ଲୁହା ଛଡ ଚୋରାଇ ନେଉଥିବା ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ଗାଡିଟି ଚାଲି ଯାଉଥିବା ଦେଖି ତାକୁ ଘଉଡ଼ାଇ ଥିଲେ । ବିଜେପୁର ନିକଟରେ ଉକ୍ତ ପିକଅପ୍‌ ଗାଡି ନମ୍ବର ଓଡ଼ି ୦୮ହେଚ ୨୧୩୬ ଓ ବାଇକ ଓଡ଼ି୦୮ ପି ୫୩୫୫କୁ କାବୁ କରି ସ୍ଥାନୀୟ ଥାନାକୁ ଆଣିଥିଲେ । ଏଠାରେ ସିଙ୍ଗାରି ଗ୍ରାମର ଗାଡି ମାଲିକ ଚନ୍ଦନ ଗୌଡବିସି (୪୮), ତ୍ରିନାଥ ଗୌଡ଼ବିସି (୨୦), କର୍ଷିକା ଲାଇମାଝୀ (୨୧), ଛତାପଦର ଗ୍ରାମର ସୁକୃ ମାଝୀ(୨୫) ଓ ହୁଈକା ରାମଦାସ(୧୯)ଙ୍କୁ ପଚରାଉଚରା କରିଥିଲେ । ଆଜି ସେମାନଙ୍କର ଡ଼ାକ୍ତରୀ ପରୀକ୍ଷା କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁକୁମା ହଂସୁଦା କହିଛନ୍ତି। ୨୦୧୭ ମସିହା ଜୁଲାଇ ୧୬ ତାରିଖରେ ନାଗାବଳୀ ଓ କଲ୍ୟାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଉକ୍ତ ବ୍ଲକରେ ୧ଟି ପୋଲ, ୪ଟି ୱେଲିବ୍ରିଜ, ୧ଟି ଝୋଲା ପୋଲ ଭସାଇ ନେଇଥିଲା । ସେହି ୱେଲି ବ୍ରିଜଠାରୁ ଲୁହା ନେଇ ଭବାନୀପାଟଣାରେ ବିକ୍ରି କରିଦେଉଥିବା କହିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories