www.samajalive.in
Monday, December 8, 2025
20.1 C
Bhubaneswar

କ୍ରିପଟୋକରେନ୍ସିରେ ଭାରତୀୟଙ୍କ ନିବେଶ ୭୫,୦୦୦ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ: କ୍ରିପଟୋକରେନ୍ସି ଏକ୍ସଚେଞ୍ଜଗୁଡିକରେ ଭାରତୀୟମାନେ ଡିଜିଟାଲ ଟୋକନରେ ପୂର୍ବାପେକ୍ଷା ଅଧିକରୁ ଅଧିକ ନିବେଶ କରିବାରେ ଲାଗିଛନ୍ତି । ଉଭୟ ନିବେଶକଙ୍କ ସଂଖ୍ୟା ଏବଂ ନିବେଶ ପରିମାଣ ଦୃଷ୍ଟିରୁ ଏହା ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି । ଏଥିରେ ଭାରତୀୟଙ୍କର ନିବେଶ ପରିମାଣ ୭୫ହଜାର କୋଟି ଟଙ୍କା ଅତିକ୍ରମ କରିଥିବା କ୍ରିପଟୋ ରିସର୍ଚ୍ଚ ଆଣ୍ଡ ଇଣ୍ଟେଲିଜେନ୍ସ ବ୍ୟବସାୟ ସିଆରଇବିଏସିଓ ସୂତ୍ରରୁ ଜଣାଯାଇଛି । ଏହା କହିଛି ଯେ ଭାରତୀୟ ଜନସଂଖ୍ୟାର ୭.୯% ଅଥବା ୧୦୫ ନିୟୁତ ଲୋକ କିଛି ନା କିଛି ଡିଜିଟାଲ ଟୋକନରେ ପୁଞ୍ଜି ଖଟାଇଛନ୍ତି । ବର୍ଦ୍ଧିତ ସଚେତନତା କାରଣରୁ କ୍ରିପଟୋକରେନ୍ସିରେ ନିବେଶ ବୃଦ୍ଧି ପାଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି । ସେମାନଙ୍କ ମତରେ ରିଟେଲ ନିବେଶକଙ୍କ ପାଇଁ ଏଥିରେ ସେଭଳି ଚିନ୍ତିତ ହେବାର କିଛି କାରଣ ନାହିଁ । ଯେଉଁମାନେ ଅଧିକ ପରିମାଣର ନିବେଶ କରୁଛନ୍ତି ଅଥବା ସଂସ୍ଥାଗତ ନିବେଶକ ରହିଛନ୍ତି, ସେମାନଙ୍କ ପାଇଁ ଆପଦ ରହିଛି । ତାହାସହିତ ଅନୁମତିଯୋଗ୍ୟ ସୀମା ୨୫୦,୦୦୦ ଡଲାରରୁ ଯେଉଁମାନେ ଅଧିକ ନିବେଶ କରୁଛନ୍ତି ସେମାନଙ୍କ ନିମନ୍ତେ ଆପଦ ରହିଛି । ଉଦାହରଣସ୍ୱରୂପ ବାୟୟୁକଏନ ନାମକ ଡିଜିଟାଲ ଟୋକନରେ ମାତ୍ର ବର୍ଷକ ମଧ୍ୟରେ ନିବେଶ ୬୦୦% ବୃଦ୍ଧି ଘଟିଛି ଏବଂ ଏହାର ମୋଟ ମୂଲ୍ୟଗତ ସମ୍ପତ୍ତି ପରିମାଣ ପ୍ରାୟ ୧୦୦୦% ବୃଦ୍ଧିପାଇ ଏହି ସମୟ ମଧ୍ୟରେ ୨୫୦ ନିୟୁତ ଡଲାରରେ ପହଞ୍ଚିଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories