www.samajalive.in
Monday, December 8, 2025
20.1 C
Bhubaneswar

ଡକାୟତ ଗୌରୀ ଯାଦବ ଏସଟିଏଫ ଗୁଳିରେ ମୃତ; ଗୌରୀ ମୁଣ୍ଡ ପାଇଁ ଥିଲା ୫.୫ ଲକ୍ଷ ଟଙ୍କାର ପୁରସ୍କାର

ଚିତ୍ରକୁଟ: ଉତ୍ତର ପ୍ରଦେଶ ପୁଲିସର ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ଦଳ (ଏସଟିଏଫ) ସହିତ ଗୁଳି ବିନିମୟରେ ଜଣେ କୁଖ୍ୟାତ ଡକାୟତ ତଥା ଅପରାଧୀ ଗୌରୀ ଯାଦବ ଶନିବାର ପ୍ରାଣ ହରାଇଛି । ତା’ ମୁଣ୍ଡ ପାଇଁ ୫.୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଗୌରୀ ଉତ୍ତର ପ୍ରଦେଶ-ମଧ୍ୟପ୍ରଦେଶ ସୀମାନ୍ତରେ ତାହାର ଅପରାଧିକ କାର୍ଯ୍ୟକଳାପ ଚଳାଇଥିଲା । ତେବେ ଶନିବାର ଚିତ୍ରକୂଟ ଜଙ୍ଗଲ ମଧ୍ୟରେ ଏସଟିଏଫ ସହିତ ଗୁଳି ବିନିମୟରେ ତାହାର ପ୍ରାଣହାନି ଘଟିଛି । ଗୌରୀ ମୁଧାବନ୍ଦ ଗ୍ରାମ ନିକଟ ଜଙ୍ଗଲରେ ରହିଥିବା ଖବର ମିଳିବା ପରେ ଏସଟିଏଫର ଅତିରିକ୍ତ ମହାନିର୍ଦ୍ଦେଶକ ଅମିତାଭ ୟଶଙ୍କ ନେତୃତ୍ୱରେ ଏକ ଦଳ ରାତିରେ ଉକ୍ତ ଜଙ୍ଗଲରେ ଚଢଉ କରିଥିଲେ । ଡକାୟତ ଗୌରୀ ସହିତ ପୁଲିସର ଗୁଳି ବିନିମୟ ଚାଲିଥିବାବେଳେ ଭୋର ପ୍ରାୟ ୩.୩୦ରେ ତାହାର ମୃତ୍ୟୁ ଘଟିଥିଲା । ତାର ମୃତଦେହ ନିକଟରୁ ଏକ ଏକେ-୪୭ ରାଇଫଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ତା ନାମରେ ୫୦ରୁ ଅଧିକ ହତ୍ୟା, ଅପହରଣ, ଦାଦା ବଟି ଆଦାୟ ଏବଂ ଉତ୍ତର ପ୍ରଦେଶ ତଥା ପଡୋଶୀ ମଧ୍ୟପ୍ରଦେଶରେ ସରକାରୀ ପ୍ରକଳ୍ପଗୁଡିକ କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିବା ଭଳି ମାମଲା ରହିଥିଲା । ତାକୁ ଧରାଇ ଦେବାକୁ ଉତ୍ତର ପ୍ରଦେଶ ସରକାର ୫ ଲକ୍ଷ ଟଙ୍କା ଏବଂ ମଧ୍ୟପ୍ରଦେଶ ପୁଲିସ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ଜଣାଯାଇଛି ଯେ ଗୌରୀ ୨୦ ବର୍ଷ ତଳେ ଡକାୟତି ଆରମ୍ଭ କରିବା ସହିତ ନିଜର ଏକ ଦଳ ଗଠନ କରିଥିଲା । ୨୦୦୯ରେ ସେ ଗିରଫ ହେବାପରେ ଜାମିନରେ ଛାଡ ପାଇଥିଲା । ୨୦୧୩ରେ ଦିଲ୍ଲୀ ପୁଲିସର ଜଣେ କନେଷ୍ଟବଳ ଏକ ମାମଲାର ତଦନ୍ତ କରିବାକୁ ଯାଇଥିବା ସମୟରେ ଗୌରୀ ତାଙ୍କୁ ହତ୍ୟା କରିଥିଲା । ୨୦୧୬ରେ ସେ ଗୋପାଳଗଞ୍ଜ ଗ୍ରାମରେ ତିନିଜଣଙ୍କୁ ଖୁଣ୍ଟରେ ବାନ୍ଧି ହତ୍ୟା କରିଥିଲା । ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ଉତ୍ତର ପ୍ରଦେଶ ଏସଟିଏଫ ସହିତ ଲଖନଉରେ ମୁଖତାର ଆନସାରୀ ଗୋଷ୍ଠୀର ଜଣେ ସଦସ୍ୟ ଓ ତାହାର ସହଯୋଗୀର ଗୁଳି ବିନିମୟ ଘଟଣାରେ ଦୁଇଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଇ କୁଖ୍ୟାତ ଅପରାଧୀ ଅଲି ଶେର ଓରଫ ଡକ୍ଟର ଏବଂ କମରାନ ଓରଫ ବାନୁ ବୋଲି ଚିହ୍ନଟ କରାଯାଇଛି । ସେମାନେ ଜଣେ ବିଶିଷ୍ଟ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଆସିଥିବାବେଳେ ଏସଟିଏଫ ସହିତ ସାମନା ସାମ୍ନି ହୋଇଥିଲେ ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories