www.samajalive.in
Monday, December 8, 2025
17.1 C
Bhubaneswar

ବ୍ଲକସ୍ତରୀୟ ରକ୍ତଦାନ ଶିବିର ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ସ୍ଥିତ ମା’ପାଦୁକାଇ ମନ୍ଦିର ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନଙ୍କ ସଭାପତିତ୍ୱରେ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ୟ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ଆଗାମୀ ୭ ନଭେମ୍ବରରେ ମଲାଡ଼ ପଂଚାୟତ ଅନ୍ତର୍ଗତ ଲୁଂଘିରୀ ଗ୍ରାମର ବାତ୍ୟା ଆଶ୍ରୟ ସ୍ଥଳୀରେ ରକ୍ତଦାନ ଶିବିର କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ବୈଠକରେ ପୂର୍ବତନ ବ୍ଲକ ଅଧକ୍ଷ ରଘୁନାଥ ସାହୁ, ସରପଞ୍ଚ ଚନ୍ଦ୍ର ମୋହନ ସାହୁ, ଶ୍ୟାମା ରେଡି, ଡ଼ି ନିରଂଜନ ରେଡି, ପ୍ରଭାତ ସେଟି, ସଦାଶିବ ଦାଶ, ସମିତି ସଭ୍ୟ ଛାୟା କାନ୍ତ ପ୍ରଧାନ, ଜିଲ୍ଲା ବିଜୁ ଛାତ୍ର ଉପ ସଭାପତି ସାନୁ ମହାପାତ୍ର, ବ୍ଲକ ଛାତ୍ର ସଭାପତି ଯୋଗେନ୍ଦ୍ର ରେଡି, ଯୁବ ନେତା ରଂଜିତ ପଲାଇଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories