www.samajalive.in
Monday, December 8, 2025
17.1 C
Bhubaneswar

ଆଜି ବିଜୁଜନତା ଦଳରେ ମିଶିଲେ କୈଳାସ କୁଲେସିକା

ଲକ୍ଷ୍ମୀପୁର : କଂଗ୍ରେସରେ ଥିବା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୁର୍ବତ୍ତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା କିଛିଦିନର ବାଦ ବିବାଦ ପରେ ଆଜି ବିଜୁ ଜନତାଦଳରେ ମିଶିଛନ୍ତି। ସୂଚନା ଅନୁଯାୟୀ ବିଜୁ ଜନତା ଦଳର ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ବବି ଦାସଙ୍କ ସହିତ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଂ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ଯାଇ ଆଜି ରାଜ୍ୟ ବିଜୁଜନତା ଦଳର କାର୍ଯାଳୟ ଠାରେ ବିଜେଡିରେ ମିଶିବାର କାର୍ଯ୍ୟ କ୍ରମ ।
ତାଙ୍କ ସହିତ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ଚାରିଗୋଟି ବ୍ଲକ ଯଥା ବନ୍ଧୁଗାଁ, ନାରାୟଣପାଟଣା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଯେଉଁ ମାନେ କି ଶ୍ରୀ କୈଳାସଙ୍କ ସମର୍ଥକ କର୍ମୀ ଓ ଆଗଧାଡ଼ିର କର୍ମୀ ସେମାନେ ମଧ୍ୟ ତାଙ୍କ ସହ କଂଗ୍ରେସ ଦଳକୁ ଛାଡି ବିଜେଡିରେ ସାମିଲ ହେବେ। ଏଥିପାଇଁ ମଙ୍ଗଳବାର ରାତିରେ ପ୍ରାୟ ୩୦ଟି ଗାଡ଼ି ରେ ସମର୍ଥକ ମାନଙ୍କୁ ଧରି କୈଳାସ ଭୁବନେଶ୍ବର ଯାଇଥିଲେ।
ସୂଚନା ଯୋଗ୍ୟ କିଛି ମାସ ହେଲା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତିଙ୍କ ସହିତ ଶ୍ରୀ କୁଲେସିକାଙ୍କ ବିବାଦ ଲାଗି ରହିଥିବା ସହିତ କଥା କଟାକଟି ଚାଲିଥିଲା। ଏପରିକି କୈଳାସ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଦଳର ବରିଷ୍ଠ କର୍ମକର୍ତ୍ତାଙ୍କ ମଧ୍ୟରେ ବୁଝାମଣା କରାଯାଇ କୈଳାସ ଇସ୍ତଫା ପତ୍ର ପ୍ରତ୍ଯାହର କରିଥିଲେ, କିନ୍ତୁ ତାଙ୍କର କେତେକ ଦାବି ପୁରଣ ନହେବା କାରଣରୁ ସେ ସେଥିରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ଦଳ ତ୍ଯାଗ କରି ଆଜି ଆନୁଷ୍ଠାନିକ ଭାବରେ ତାଙ୍କର ସମର୍ଥକ ମାନଙ୍କୁ ନେଇ ବିଜୁ ଜନତାଦଳରେ ସାମିଲ୍ ହେଉଛନ୍ତି। ଆସନ୍ତା ପଞ୍ଚାୟତ ନିର୍ବାଚନ ପୁର୍ବରୁ ଏହି ଘଟଣା  ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।  ଶ୍ରୀ କୁଲେସିକା ୨୦୦୯ କଂଗ୍ରେସରୁ ଟିକେଟ ନପାଇ ବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀ ରେ ଅବତୀର୍ଣ୍ଣ ହୋଇ ପରାଜିତ ହୋଇଥିଲେ। ପରେ ପୁଣି କଂଗ୍ରେସ ତାଙ୍କୁ ଟିକେଟ୍ ଦେଇଥିଲା ଓ ସେ ଜିତିଥିଲେ। ସେହିପରି ୨୦୧୯ ନିର୍ବାଚନରେ ମାତ୍ର ସଂଖ୍ଯକ ଭୋଟରେ ପରାଜିତ ହୋଇଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories