www.samajalive.in
Monday, December 8, 2025
27.1 C
Bhubaneswar

ଶ୍ରୀମନ୍ଦିର ପ୍ରଶାସନ ନାଁରେ ଜାଲ୍‌ ଚିଠି : ୨୫ଶହ ଏକର ଆତ୍ମସାତ୍‌ ଉଦ୍ୟମ

ପୁରୀ : ଶ୍ରୀମନ୍ଦିର ପ୍ରଶାସନର ଜାଲ୍‌ ଚିଠି ବଳରେ ୨୫ଶହ ଏକର ଅମୃତମଣୋହି ଜମି ଆତ୍ମସାତ୍‌ ପାଇଁ ଉଦ୍ୟମ ହୋଇଛି। ଏଭଳି ଏକ ଜାଲିଆତି ଘଟଣା ସୋମବାର ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଛି।
ବାଲେଶ୍ବର ଜିଲା ସୋର ତହସିଲ ଅନ୍ତର୍ଗତ ବ୍ରହ୍ମପୁର, ରାଇପୁର, କମିତିପୁର ଓ ଶିରାପୁର ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଏହିସବୁ ମୂଲ୍ୟବାନ ଜମି ରହିଛି। ପ୍ରଜାସ୍ବଭାବେ ଜମି ମାଲିକାନା ଦାବିକରି କେତେକ ବ୍ୟକ୍ତି ସୋର ତହସିଲଦାରଙ୍କ ନିକଟରେ ମକଦ୍ଦମା କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନକଲି ନିର୍ଦେଶ ସେଥିରେ ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି। ମକଦ୍ଦମା ରୁଜୁ ପରେ ସୋର ତହସିଲଦାର ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନଠାରୁ ମତାମତ ଲୋଡ଼ିଥିଲେ। ଗତବର୍ଷ ନଭେମ୍ବର ୧, ଚଳିତ ବର୍ଷ ଜାନୁଆରୀ ୧୫ ଏବଂ ଫେବୃଆରୀ ୨ତାରିଖରେ ମନ୍ଦିର ପ୍ରଶାସନ ପକ୍ଷରୁ ତିନୋଟି ଚିଠି ତହସିଲଦାରଙ୍କ ପାଖକୁ ପଠାଯାଇଥିଲା। ପ୍ରଜାସ୍ବରେ ଥିବା ଏହି ଜମିଗୁଡ଼ିକୁ ଦାବିଦାରଙ୍କ ନାମରେ ରେକର୍ଡ କରିଦେବା ପାଇଁ ସେଥିରେ କୁହାଯାଇଛି। ତେବେ ଏହି ତିନୋଟି ଚିଠି ସମ୍ପୂର୍ଣ୍ଣ ଜାଲ୍‌ ବୋଲି ତଦନ୍ତରୁ ଜଣାପଡ଼ିଛି। ସେଥିରେ ରହିଥିବା ପ୍ରଶାସକଙ୍କ ଦସ୍ତଖତ ଏବଂ ଚିଠିସଂଖ୍ୟା ଜାଲ୍‌ ବୋଲି ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନା ଗଣମାଧ୍ୟମକୁ କହିଛନ୍ତି। ୩ବର୍ଷ ତଳେ ଶ୍ରୀମନ୍ଦିର ପ୍ରଶାସନରେ କାର୍ଯ୍ୟ କରୁଥିବା ପ୍ରଶାସକଙ୍କ ସ୍ବାକ୍ଷର ଚିଠିରେ ଜାଲ୍‌ କରାଯାଇଛି। ଆତ୍ମସାତ ଉଦ୍ୟମ ହୋଇଥିବା ଜମିର ମୂଲ୍ୟ ପ୍ରାୟ ୨ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ବହେବ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହି ସମ୍ପତ୍ତି। ଦୀର୍ଘବର୍ଷ ଧରି ଶତାଧିକ ବ୍ୟକ୍ତି ତାହାକୁ ଭୋଗଦଖଲ କରି ଆସୁଛନ୍ତି। ମନ୍ଦିର ପ୍ରଶାସନର ଜାଲ୍‌ ଚିଠିକୁ ଭିତ୍ତିକରି ଜମି ଆତ୍ମସାତ୍‌ ଉଦ୍ୟମ ଧରାପଡ଼ିଛି। ଏହି ଘଟଣା ପଛରେ
ବଡ଼ଧରଣର ରାକେଟ କାର୍ଯ୍ୟ କରୁଥିବା ସୂଚନା ମିଳିଛି। କୌଣସି ଖଳ ପ୍ରକୃତିର ଲୋକ ମହାପ୍ରଭୁଙ୍କ ଜମି ହାତେଇବା ପାଇଁ ଏଭଳି ଜାଲିଆତି କରିଥିବା ପ୍ରଶାସକ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ମନ୍ଦିର ପ୍ରଶାସନର କୌଣସି କର୍ମଚାରୀ ଏହି ଜାଲିଆତି ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ତା’ର ତଦନ୍ତ ପାଇଁ ଭିଟାମାଟି ଅଧିକାର ମଞ୍ଚ ଦାବି କରିଛି। ମନ୍ଦିର ପ୍ରଶାସନର ଆପତ୍ତିବିହୀନ ଚିଠି ଉପରେ ସନ୍ଦେହ କରି ଗତ ୧୬ତାରିଖ ଦିନ ସୋର ତହସିଲଦାର ପୁଣିଥରେ ସ୍ପଷ୍ଟୀକରଣ ମାଗିବା ପରେ ବଡ଼ଧରଣର ଜାଲିଆତି ଧରାପଡ଼ିଛି। ମହାପ୍ରଭୁଙ୍କ ଜମି ଆତ୍ମସାତ୍‌ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଏବଂ ମନ୍ଦିର ପ୍ରଶାସନ ଚିଠି ଜାଲ୍‌ କରାଯାଇଥିବା ସେଥିରୁ ସ୍ପଷ୍ଟ ହୋଇଛି। କେତେକ ସେବାୟତ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଜାଲିଆତି ଭାବେ ମହାପ୍ରଭୁଙ୍କ ଆଉ କେତେ ପରିମାଣର ଜମି ଆତ୍ମସାତ୍‌ କରାଯାଇଛି ସେଥିନେଇ ଖୋଳତାଡ଼ ଆରମ୍ଭ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ସୋର ତହସିଲଦାରଙ୍କ ପାଖକୁ ପଠାଯାଇଥିବା ଜାଲ୍‌ ଚିଠି ସଂଗ୍ରହ କରାଯାଇଛି। ଖୁବ୍‌ଶୀଘ୍ର ଏହାର ତଦନ୍ତ ଦାୟିତ୍ବ ଦୁର୍ନୀତି ନିବାରଣ କିମ୍ବା ଅର୍ଥନୈତିକ ଅପରାଧ ଶାଖା (କ୍ରାଇମବ୍ରାଞ୍ଚ)କୁ ପ୍ରଦାନ କରାଯିବା ସମ୍ଭାବନା ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories