www.samajalive.in
Tuesday, December 9, 2025
17.1 C
Bhubaneswar

ଟିଟିଲାଗଡ଼ ଥାନାରୁ ଅଭିଯୁକ୍ତ ଫେରାର

ଟିଟିଲାଗଡ଼ : କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ଗ୍ରାମରେ ଥିବା ଘରୋଇ ଶିକ୍ଷାନୁଷ୍ଠାନରେ କାର୍ୟ୍ୟରତ ଜଣେ ଶିକ୍ଷୟତ୍ରୀ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି  ।  ଉକ୍ତ ଅଭିଯୋଗରେ ଶିକ୍ଷାନୁଷ୍ଠାନ ମାଲିକଙ୍କୁ ବଲାଙ୍ଗୀର ଜିଲ୍ଲା ପୁଲିସ ଟିଟିଲାଗଡ଼ ଥାନାରେ ଅଟକ ରଖିଥିଲା, ତେବେ ଗତ ରାତ୍ରୀରେ ଅଭିଯୁକ୍ତ ଫେରାର ମାରିଥିବା ଜଣାଯାଇଛି । ଘଟଣାକୁ ନେଇ ବଲାଙ୍ଗୀର ଜିଲା ପୁଲିସ ଅଧିକ୍ଷକ ନିତିନ କୁଶଳକର, ଟିଟିଲାଗଡ଼ ଏସ ଡି ପି ଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା, ମାମଲା ରୁଜୁ ହୋଇଥିବା ସିନ୍ଧେକେଲା ଥାନା ଅଧିକାରୀ ପଞ୍ଚାନନ ନାୟକ ପ୍ରମୁଖ ଏନେଇ ଗତ ରାତ୍ରୀରୁ ଖୋଜାଖୋଜି ଜାରି ରଖିଥିବା ଜଣାପଡିଛି । ଏନେଇ ସହରର ବିଭିନ୍ନ ରାସ୍ତାରେ ପୁଲିସ ନାକାବନ୍ଦୀ ଲଗାଈଛି ।
ସୂଚନା ଯେ ତୁରକେଲା ଥାନା ଅନ୍ତର୍ଗତ ଝରନି ଗ୍ରାମର ୨୫ ବର୍ଷର ଜଣେ ଯୁବତୀ ନିଖୋଜ ଥିବା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୁଲିସ ଶିକ୍ଷାନୁଷ୍ଠାନର ମାଲିକ ଗୋବିନ୍ଦ ସାହୁଙ୍କୁ ୬ ଦିନ ହେଲା ଟିଟିଲାଗଡ଼ ଥାନାରେ ଅଟକ ରଖିଥିବା ଜଣାପଡିଛି । ତେବେ ଗତ ରାତ୍ରିରେ ଥାନା ବ୍ୟାରେକ ଡେଇଁ ପଳାଇଯାଇଥିବା ଜଣାଯାଇଛି । ଘଟଣାରେ ଜିଲା ପୁଲିସ ଅଧିକ୍ଷକ ୩ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଥିବା ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories