www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ଚର୍ଚ୍ଚାରେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇମାଜିକ୍ସ କ୍ଲବ ଓ ଛାତ୍ର ବିଜୟ

ଗୋପାଳପୁର : ପବିତ୍ର ଦଶହରା ଅବସରରେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଇମାଜିକ୍ସ ଶାଖା ପକ୍ଷରୁ ଏକ ଦୁର୍ଗାମୂର୍ତ୍ତି ତିଆରି ହୋଇଥିବା ଦେଖିବାକୁ ମିଳିଛି। ତେବେ ମୂର୍ତ୍ତିଟି ଅତି ସୂକ୍ଷ୍ମ ଓ ଛୋଟ ହୋଇଥିବା ହେତୁ ଏହାର ସୁନ୍ଦରତା ବେଶ ଝଲସୁଛି। ଏହାକୁ ତିଆରି କରିଛନ୍ତି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଇମାଜିକ୍ସ କ୍ଲବର ସଦସ୍ୟ କେ ବିଜୟ କୁମାର ରେଡି। ତେବେ ଏହି ମୃଣ୍ମମୟୀ  ମୂର୍ତ୍ତି ଗୋଟିଏ ଦିନରେ ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାଗଜ ଓ ସୁନ୍ଦର ରଙ୍ଗ ବ୍ୟବହାର କରି ଏହାକୁ ତିଆରି କରାଯାଇଛି । ବିଜୟ କେବଳ ମା ଦୁର୍ଗାଙ୍କ ମୂର୍ତ୍ତି ନୁହେଁ ବରଂ ପ୍ରତ୍ୟେକ ସମୟରେ କିଛି ନା କିଛି କାରୁକାର୍ୟ୍ୟ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିଥାଆନ୍ତି। ବିଗତ କିଛିଦିନ ତଳେ ସେ ଏକ ଛୋଟ ରଥ,ଏକ ଗଣେଷ ମୂର୍ତ୍ତି ତିଆରି କରି ସେ ଚର୍ଚ୍ଚାକୁ ଆସିଥିଲେ।

ଗୋପାଳପୁର ନିର୍ବାଚନ ମଣ୍ଡଳୀ ଡୁରା ପଞ୍ଚାୟତ ଅନ୍ତର୍ଗତ ଡୁରା ଗ୍ରାମର ସରପଞ୍ଚ ବି ଏସ ସୁଜାତା ରେଡ୍ଡୀ ତଥା ବାପା କ୍ରିଷ୍ଣାଙ୍କ ପୁଅ ବିଜୟ ରେଡ୍ଡୀ  ଛୋଟ ବେଳୁ ଏମିତି ନିଆଁରା କାର୍ୟ୍ୟ କରିଆସୁଥିବା ବେଳେ ଏବେ ୨୦ ବର୍ଷ ବୟସରେ ମହାବିଦ୍ୟାଳୟ ସ୍ତରରେ ଇମାଜିକ୍ସକ୍ଲବ ପକ୍ଷରୁ ଅନୁପ୍ରାଣିତ ହୋଇ ଉତ୍ସାହର ସହ ଛୋଟ ଛୋଟ ଜିନିଷ ମାନ ଗଢୁଛନ୍ତି।। ମା ଦୁର୍ଗାଙ୍କ ମୂର୍ତ୍ତିର ସାଜସଜା ଓ ବିଜୟଙ୍କର ମୂଲ୍ୟବାନ ସମୟ କୁ ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କ ନିକଟରେ ଫୋଟୋ ମାଧ୍ୟମରେ ଦେଖି ବେଶ ଖୁସି ଯାନ୍ତ୍ରିକ ମହାବିଦ୍ୟାଳୟ ସମେତ ଅନେକ ଛାତ୍ର ଛାତ୍ରୀ। ବିଗତ ଦିନରେ ସେ ଗଢ଼ିଥିବା ଗଣେଷ ମୂର୍ତ୍ତି ଏସ.ପି ପିନକ ମିଶ୍ର ଙ୍କୁ ଉପହାର ସ୍ୱରୂପ ଦେଇଥିବା ବେଳେ ଏଥର ବିଜୟ ଗଢ଼ିଥିବା ମୂର୍ତ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଉପହାର ସ୍ୱରୂପ ଦେବେ ବୋଲି ପ୍ରକାଶ କରିଛନ୍ତି।।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories