www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ବଢ଼ିଲା ଇନ୍ଧନ ମୂଲ୍ୟ, ଲିଟର ପିଛା ୩୫ ପଇସା

ତୈଳ ମାର୍କେଟିଂ କମ୍ପାନୀଗୁଡିକ ଶନିବାର ଦିନ ପେଟ୍ରୋଲ ଏବଂ ଡିଜେଲର ପୁଣି ମୂଲ୍ୟ ବୃଦ୍ଧି କରିଛନ୍ତି। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଦୁଇ ଦିନର ବ୍ୟବଧାନ ପରେ ପୁଣି ଇନ୍ଧନ ମୂଲ୍ୟରେ ବୃଦ୍ଧି କରାଯାଇଛି।

ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୯ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୨ ପଇସା ରହିଛି। କୋଲକାତାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୦୬ ଟଙ୍କା ୧୦ ପଇସା ଥିବା ବେଳେ ଡିଜେଲ ଦର ୯୭ ଟଙ୍କା ୩୩ ପଇସା ରହିଛି। ମୁମ୍ବାଇରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୧ ଟଙ୍କା ୪୩ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ୧୦୨ ଟଙ୍କା ୧୫ ପଇସା ରହିଛି। ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ୧୦୨ ଟଙ୍କା ୮୦ ପଇସା ଏବଂ ଡିଜେଲ ୯୮ ଟଙ୍କା ୬୯ ପଇସାକୁ ବୃଦ୍ଧି ପାଇଛି।

- Advertisement -

ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୬ ଟଙ୍କା ୪୨ ପଇସା ଓ ପେଟ୍ରୋଲ ମୂଲ୍ୟ ୧୦୨ ଟଙ୍କା ୭୭ ପଇସା ଥିବା ବେଳେ କଟକରେ ପେଟ୍ରୋଲ ୧୦୬ ଟଙ୍କା ୯୯ ପଇସା ଓ ଡିଜେଲ ମୂଲ୍ୟ ୧୦୩ ଟଙ୍କା ୩୨ ପଇସାକୁ ବୃଦ୍ଧି ପାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories