www.samajalive.in
Sunday, December 7, 2025
13.1 C
Bhubaneswar

ଷ୍ଟର୍ଲିଂ ଆଣ୍ଡ୍ ୱିଲସନ ସୋଲାରରେ ୪୦% ଅଂଶ ଅଧିଗ୍ରହଣ କରିବ ରିଲାଏନ୍ସ ନିୟୁ ଏନର୍ଜି ସୋଲାର୍‌

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପୂର୍ଣ୍ଣ ମାଲିକାନାଧୀନ ସହଯୋଗୀ କମ୍ପାନୀ ରିଲାଏନ୍ସ ନିୟୁ ଏନର୍ଜି ସୋଲାର ଲିମିଟେଡ (ଆରଏନଇଏସଏଲ୍‌) ଏସଡବ୍ଲୁଏସଏଲ୍‌ରେ ୪୦% ଅଂଶ ପୋଷ୍ଟ-ମନି ଅଧିଗ୍ରହଣ କରିବାକୁ ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡ (ଏସପିସିପିଏଲ୍‌), ଖୁର୍ଶିଦ ଦାରୁୱାଲା ଏବଂ ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡ ସହିତ ଏକ ନିର୍ଣ୍ଣାୟକ ରାଜିନାମାକୁ କାର୍ଯ୍ୟକାରୀ କରିଛି । ଏସଡବ୍ଲୁଏସଏଲ୍ ସହିତ ଏହି ସହଭାଗିତା ଏହାକୁ ବିଶ୍ୱ ଶ୍ରେଣୀର ପ୍ରତିଭା, ଇଞ୍ଜିନିୟରିଂ ଏବଂ ପ୍ରକଳ୍ପ ପରିଚାଳନା କୁଶଳତାର ସୁଯୋଗ ଉପଲବ୍ଧ କରାଇବ ଏବଂ ଭାରତ ତଥା ସମଗ୍ର ବିଶ୍ୱରେ ଉଚ୍ଚ ମାନର, ମୂଲ୍ୟ ସଂଚୟକାରୀ ଏବଂ ସମୟଭତିକ ଗିଗା ସବୁଜ ଶକ୍ତି କ୍ଷମତା ସ୍ଥାପନ ନିମନ୍ତେ ଆବଶ୍ୟକ ଡିଜିଟାଲ ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ସାମଗ୍ରୀ ଯୋଗାଡ ତଥା ପ୍ରକଳ୍ପ କାର୍ଯ୍ୟକାରିତା ଆଦି ସମସ୍ତ ମୁଖ୍ୟ ଉପାଦାନ କ୍ଷେତ୍ରରେ ରିଲାଏନ୍ସର ପ୍ରମାଣିତ ଦକ୍ଷତା ପାଇଁ ପରିପୂରକ ହେବ । ଏହି କାରବାର ସମ୍ପର୍କରେ ପ୍ରକାଶ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି କହିଛନ୍ତି, ଆମର ନୂତନ ଶକ୍ତି ପ୍ଲାଟଫର୍ମ ନିର୍ମାଣ ଦିଗରେ ଏକ ରଣକୌଶଳାତ୍ମକ ସହଭାଗୀ ଭାବରେ ଆମେ ଏସଡବ୍ଲୁଏସଏଲ୍‌କୁ ସ୍ୱାଗତ କରୁଛୁ । ଏସଡବ୍ଲୁଏସଏଲ ତାହାର ଇଞ୍ଜିନିୟରିଂ ପ୍ରତିଭା, ନିଜସ୍ୱ କ୍ଷେତ୍ରରେ ଗଭୀର ଜ୍ଞାନ, ବିଶ୍ୱସ୍ତରୀୟ ଉପସ୍ଥିତି ଏବଂ ବିଶ୍ୱସ୍ତରରେ କେତେକ ସବୁଠାରୁ ଜଟିଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଅଭିଜ୍ଞତାକୁ ନେଇ ଆମର ସୌର ମୂଲ୍ୟ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । ଏହା ଆମକୁ ଭାରତୀୟ ଗ୍ରାହକଙ୍କ ପାଇଁ ଆମର ପୂର୍ଣ୍ଣାଙ୍ଗ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବ୍ୟବସ୍ଥା ଏବଂ ତଦ୍ଦ୍ୱାରା କମ୍ ମୂଲ୍ୟ ବିଶିଷ୍ଟ ସବୁଜ ଶକ୍ତି ଯୋଗାଇବାରେ ସମର୍ଥ କରାଇବ । ଶାପୁରଜୀ ପାଲୋନଜୀ ଆଣ୍ଡ କମ୍ପାନୀ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ ଶାପୁର ମିସ୍ତ୍ରୀ କହିଛନ୍ତି, ଷ୍ଟର୍ଲିଂ ଆଣ୍ଡ ୱିଲସନ ସୋଲାର ଲିମିଟେଡରେ ଆମେ ରିଲାଏନ୍ସକୁ ସ୍ୱାଗତ କରୁଛୁ । ବିଗତ ଦଶନ୍ଧିଗୁଡିକରେ ତିନି ପିଢି ଧରି ଶାପୁରଜୀ ପାଲୋନଜୀ ଗ୍ରୁପ୍ ଷ୍ଟର୍ଲି ଆଣ୍ଡ ୱିଲସନ୍‌କୁ ଶକ୍ତି ମୂଲ୍ୟ ଶୃଙ୍ଖଳରେ ଟର୍ଣ୍ଣକି ସମାଧାନ ଯୋଗାଇଦେବାରେ ବିଶ୍ୱସ୍ତରରେ ଏକ ଅଗ୍ରଣୀ କମ୍ପାନୀରେ ପରିଣତ ହେବାରେ ସହାୟତା କରିଛି । ବିଶ୍ୱ କମ୍ କାର୍ବନ ବିଶିଷ୍ଟ ଅର୍ଥନୀତି ଦିଗରେ ଅଗ୍ରସର ହେଉଥିବାବେଳେ ସେଥିରେ ମୂଲ୍ୟବାନ ଅବଦାନ ରଖିବାକୁ ଏସଡବ୍ଲୁଏସଏଲ ସଂପ୍ରତି ମଜଭୁତ ସ୍ଥିତିରେ ରହିଛି । ଏହି ସହଭାଗିତା ସମସ୍ତ ଅଂଶୀଦାରଙ୍କ ପାଇଁ ଲାଭଜନକ ହେବ ଏବଂ ଭାରତକୁ ଏକ ଅଗ୍ରଣୀ ସବୁଜ ଶକ୍ତି ଉତ୍ପାଦନ ସ୍ଥଳରେ ପରିଣତ କରିବା ଦିଗରେ ମହାନ ଅବାଦନ ରଖିବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories