www.samajalive.in
Monday, December 8, 2025
20.1 C
Bhubaneswar

ସ୍ଵାମୀଙ୍କ ମୃତ୍ୟୁ ପରେ  ଅନିଶ୍ଚିତ ଭବିଷ୍ୟତରେ ଜୀବନ ବିତାଉଛନ୍ତି ସାବିତ୍ରୀ

ପାତ୍ରପୁର: ସ୍ୱାମୀଙ୍କ ମୃତ୍ୟୁର ତିନିମାସ ନପୁରୁଣୁ ସାନ ଭଉଣୀ ଙ୍କ ତିନି ଦିନ ତଳେ ଅକାଳମୃତ୍ୟୁ ପରେ ଜଣେ ଆଦିବାସୀ ବିଧବା ମୁଣ୍ଡରେ ଏବେ ସାତ ଛେଉଣ୍ଡଙ୍କ ଭବିଷ୍ୟତର ବୋଝକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଏହି ଭଳି ଘଟଣା ପାତ୍ରପୁର ବ୍ଳକ ଆଙ୍କୁଲି ପଞ୍ଚାୟତ ଏଲଗଲ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ଜଟେଶ୍ୱର ବେହେରାଙ୍କ ତିନି ମାସ ପୂର୍ବେ ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କର ଦୁଇ ବିଧବା ପତ୍ନୀ ଜଙ୍ଗଲରେ ସ୍ୱାମୀ କରିଥିବା ବଗଡରେ ପରିବାର ପ୍ରତି ପୋଷଣ ପାଇଁ ଫସଲ କରି ଜଙ୍ଗଲ ଜନ୍ତୁଙ୍କ ଫସଲ ଖାଇ ନଷ୍ଟ କରିବା ଭୟରେ କୁଡ଼ିଆ ପିଲା ଛୁଆ ସହିତ ଜଗିରହୁଥିଲେ। ତେବେ ତିନିଦିନ ପୂର୍ବେ ଜଟେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଯେମିନୀ ବେହେରା ୨୯ବର୍ଷଙ୍କ ବଗଡ ଘରେ ମୃତ୍ୟୁହୋଇଥିଲା। ଯେମିନୀଙ୍କ ତିନୋଟି ସନ୍ତାନ ଅଛନ୍ତି। ସେଥିମଧ୍ୟରୁ ବଡ ଝିଅ ଶିବାନୀ ତୁମ୍ବା କନ୍ୟା ଆଶ୍ରମ ରେ ଦିତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ମଝିଆ ସନ୍ତାନ ବିରେନ୍ଦ୍ର ବ୍ରହ୍ମପୁର ରେ ରହି ପାଠ ପଢୁଥିବ। ବେଳେ ତିନି ବର୍ଷର ସାନ ପୁଅ ଭୀଷ୍ମ ରହିଛି।କେରୋନା ଯୋଗୁଁ ଦୁଇ ସନ୍ତାନ ଙ୍ ପାଠ ପଢା ବନ୍ଦ ରହିଛି। ବାପାଙ୍କ ମୃତ୍ୟୁର ତିନି ମାସ ପରେ ଏବେ ମାଆଙ୍କ ମୃତ୍ୟୁପରେ ତିନି ସନ୍ତାନ ଏବେ ବାପା ମାଆ ଛେଉଣ୍ଡ ହୋଇ ପଡିଛନ୍ତି। ଜଟେସ୍ୱର ଙ୍କ ପ୍ରଥମ ପତ୍ନୀସାବିତ୍ରୀ ଙ୍କ ମଧ୍ୟ ଚାରୋଟି ସନ୍ତାନ ଅଛନ୍ତି। ସାବିତ୍ରୀ ଙ୍କୁ ବିବାହର କିଛିବର୍ଷ ପରେ ତାଙ୍କ ସାନ ଭଉଣୀ ଯେମିନୀ ଙ୍କୁ ଜଟେସ୍ୱର ଦ୍ୱିତୀୟ ପତ୍ନୀରୂପେ ବିବାହ କରିଥିଲେ।

 

- Advertisement -

ପ୍ରଥମ ପତ୍ନୀଙ୍କ ଚାରି ସନ୍ତାନ ବଡ ଝିଅ ଭବାନୀ କନ୍ୟା ଶ୍ରମରେ ତୃତୀୟ ଶ୍ରେଣୀରେ ପଢୁଥିବ। ବେଳେ ଏବେ କେରୋନା ପରେ ଘରେ ରହିଛି।ଅନ୍ୟ ଦୁଇ ଝିଅ ଅନିନା,ଗୁଳାପୀ ଥିବା ବେଳେ ସାନପୁଅ ପବିତ୍ର କୋଳ ଛାଡିନି।ଏବେ ଏହି ଚାରି ସନ୍ତାନ ବାପା ଛେଉଣ୍ଡ ହୋଇ ଛନ୍ତି। ଗତ ତିତଲି ବାତ୍ୟା ବେଳେ ଜଙ୍ଗଲ ପାଣି ଗ୍ରାମକୁ ମାଡିବା ଫଳରେ ତାଙ୍କରି ଘରଟି ଭସାଇ ନେଇ ଥିଲା। ତେବେ ଗ୍ରାମର କିଛି ଯୁବକ ଏହି ପରିବାର କୁ ବନ୍ୟା ଦାଉରୁ ରକ୍ଷାକରି ସ୍ଥାନାନ୍ତର କରି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷାକରି ଥିଲେ।ଏହାପରେ ଘର ଭଙ୍ଗା ସହାୟତା ମିଳିଥିବା ବେଳେ ଆବାସ ଯୋଜନାରେ ଘର ଖଣ୍ଡେ ଆଜି ପର୍ଯ୍ୟନ୍ତ ମିଳି ପାରିନାହିଁ। ସ୍ୱାମୀ ଙ୍କ ମୃତ୍ୟୁପରେ ପରିବାର ମଙ୍ଗଳ ଯୋଜନାରେ ସହାୟତା ବିଧବା ଭତ୍ତା ମିଳି ନଥିବା ବେଳେ ସାନ ଭଉଣୀଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ମିଳି ପାରିନାହିଁ। ଏହି ଭଳି ଅବସ୍ଥାରେ ସାତ ସନ୍ତାନଙ୍କ ବୋଝ ବିଧବା ସ।ବିତ୍ରୀ ମୁଣ୍ଡାଇ ପିଲାଙ୍କ ଅନିଶ୍ଚିତ ଭବିଷ୍ୟତ କୁ ନେଇ ଦୁଃଖରେ ଦିନ କାଟୁ ଛନ୍ତି। ତିନି ପାର୍ଶ୍ୱରେ ଜଙ୍ଗଲ ଗୋଟିଏ ପାର୍ଶ୍ୱରେ ବାଘଲଟି ଜଳଭଣ୍ଡାର ଥିବା ଦୁର୍ଗମ ଗ୍ରାମର ଏହି ଗରିବ ଆଦିବାସୀ ପରିବାର ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ସହାୟତା ଯୋଗାଇ ଦେଇ ଦୁଃଖ ଲାଘବ ହୋଇ ପାରିବ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories