www.samajalive.in
Monday, December 8, 2025
20.1 C
Bhubaneswar

କଲ୍ୟାଣ ସିଂହପୁର ପଞ୍ଚାୟତ ସମିତି ବୈଠକ

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷ ଜଗେନ୍ଦ୍ର ୱାଡାକା ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି  ଜନଜାତି  ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ  ମନ୍ତ୍ରୀ ଜଗନ୍ନାଥ ସାରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଡ଼ିଓ  ସୁଧାକର ରଇତ, ସାଂସଦ ପ୍ରତିନିଧି ଗୁଡୁଲା ପ୍ରସାଦ ରାଓ, ରାଜ୍ୟ ସଭା ସାଂସସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ, ଜିଲ୍ଲା ପରିଷଦ ସଦସ୍ୟ ବଳରାମ ନାଚିକା ମଞ୍ଚାସୀନ ରହିଥିଲେ।
ଶିକରପାଇ ଠାରୁ କଲ୍ୟାଣ ସିଂହପୁର ପର୍ଯ୍ୟନ୍ତ ଚାଲିଥିବା ଗ୍ରାମ୍ୟ ଉନ୍ନୟନ ସଡକ କାର୍ଯ୍ୟ ସଠିକ ଭାବରେ ହେଉଥିବା ସହ ଅଧିକାରୀ ମାନେ ଉପସ୍ଥିତ ରହୁ ନଥିବା ଅଭିଯୋଗ କରିଥିଲେ । ମନ ଇଚ୍ଛା  ରାସ୍ତା ଖୋଳି ଦେଉଥିବା ଯୋଗୁଁ ପାଇପ ଲାଇନ ଉପୁଡି ପଢୁଥିବାରୁ  ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଛି ।  ଜଳ ଓ ପରିମଳ ଭିବାଗର କର୍ମଚାରୀ ମାନେ କାର୍ଯ୍ୟ କରି ନ ଥିବା ଅଭିଯୋଗ ହୋଇଛି । ଜଣକ ନାମରେ ଆସିଥିବା ଆବାସ ଯୋଜନାର ବିଲ ଅନ୍ୟ ଜଣଙ୍କ ନାମ କିପରି ଚଡ଼ିଛି  ତାହାକୁ ନେଇ ଆଲୋଚନା ହୋଇଥିଲା । ମାନେରେଗାରେ ପୂର୍ବରୁ କାର୍ଯ୍ୟ ହୋଇଥିବା ବିଲ ହୋଇ ନ ଥିବା ନେଇ ଉପସ୍ଥିତ ଥିବା ସରପଞ୍ଚ, ସମିତି ସଦସ୍ୟ ମାନେ ଅଭିଯୋଗ କରିଥିଲେ । କାରଣ ସହକାରୀ ଯନ୍ତ୍ରୀଙ୍କ ବଦଳି ହୋଇଯାଇଥିବା ଜଣାପଡିଛି । ସୁନାଖଣ୍ଡି ପଞ୍ଚାୟତକୁ ସିଡ଼ିପିଓ ପରିଦର୍ଶନରେ ଯାଉନଥିବା ଓ ଠିକ ଭାବରେ ଅଣ୍ଡା ବଣ୍ଟନ ହେଉନ ଥିବା ନେଇ  ସମିତି ସଭ୍ୟ ଅମରାପୁ ହେମଗିରି ଅଭିଯୋଗ କରିବା ଯୋଗୁଁ ବିଡ଼ିଓ, ଓ ମନ୍ତ୍ରୀ ସିଡ଼ିପିଓଙ୍କୁ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପାଣିର ଅଭାବ ଯୋଗୁଁ ବହୁ ଚାଷଜମି ପଡିଆ ପଡିଛି । ସେହି ଜମିରେ ଧାନ ଚାଷ ବଦଳରେ ଅନ୍ୟ ଚାଷ କରିବା ପାଇଁ ଓ ଚାଷୀଙ୍କୁ ସହଯୋଗ କରିବା ପାଇଁ କୃଷି ଅଧିକାରୀଙ୍କୁ କହିଥିଲେ। ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ, ଡ୍ରେନ, କାମ ପାଇଁ ଅଭିଯୋଗ କରିଥିଲେ। ନୂତନ ରାସନ କାର୍ଡ଼ ଉପରେ ମଧ୍ୟ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ସହକାରୀ ଯନ୍ତ୍ରୀ, ରାଜସ୍ୱ ବିଭାଗ, ଯୋଗାଣ ବିଭାଗର କୌଣସି ଅଧିକାରୀ ମାନେ ଉପସ୍ଥିତ ରହି ନଥିବା ଯୋଗୁଁ ଉପସ୍ଥିତ ଅଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରେ ବ୍ଳକର ସମସ୍ତ ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ସଦସ୍ୟ ଓ ସମସ୍ତ ଭିବାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories