www.samajalive.in
Monday, December 8, 2025
20.1 C
Bhubaneswar

ବିଧବା ଭତ୍ତା ଓ ଖାଉଟି କାର୍ଡରେ ହିତାଧିକାରୀଙ୍କ ୫ମାସର ଟଙ୍କା ହଡ଼ପ

ମୋହନା: କେନ୍ଦ୍ର ଓ ରାଜ୍ୟ ସରକାର ଗରିବଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଭୋକିଲା ପେଟକୁ ଖାଉଟି କାର୍ଡରେ ଚାଉଳ, ଗହମ, କିରୋସିନ ଆଦି ବିଭିନ୍ନ ସାମଗ୍ରୀ ଯୋଗାଉଛନ୍ତି । ସରକାରଙ୍କ ପକ୍ଷରୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ମଧ୍ୟ ଯୋଗାଇ ଦିଆଯାଉଛି । ହେଲେ ହିତାଧିକାରୀଙ୍କ ପାଖରେ ସେହି ସୁବିଧା ପହଞ୍ଚି ପାରୁନି। ସେହି ଟଙ୍କାକୁ ପଞ୍ଚାୟତ କାର୍ୟ୍ୟାଳୟରୁ ଦିନ ଦିପହରେ ଲୁଟ ହେଉଛି। ଜାଲ ଟିପ ଚିହ୍ନ ଦେଇ ଟଙ୍କା ହଡ଼ପ ହେଉଛି। ଟଙ୍କା ବାଣ୍ଟିବା ସମୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଓ ସରପଞ୍ଚଙ୍କ ଉପସ୍ଥିତରେ ଟଙ୍କା ବଣ୍ଟାଯାଏ ହେଲେ ମୋହନା ପଞ୍ଚାୟତରେ ଟଙ୍କା ବାଣ୍ଟିବା ସମୟରେ କିଛି ୱାର୍ଡମେମ୍ବରଙ୍କ ଉପସ୍ଥିତ ରହି ନିଜ ପରିବାର ସମ୍ପକୀୟ କହି ଟିପ ମାରି ଟଙ୍କା ନେଉଛନ୍ତି ଯାହାକି ମୋହନା ଗ୍ରାମରେ ପାତ୍ରସାହିରେ ବାସ କରୁଥିବା ଜମ୍ଭୁ ସାହୁଙ୍କ ସ୍ୱାମୀ ନକୁଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ବଡ଼ ପୁଅ ପଦ୍ମନ ସାହୁ ଆବଶ୍ୟକ କାଗଜ ପତ୍ର ନେଇ ବ୍ଲକ କାର୍ଯ୍ୟାଳୟରେ ଦେଇ ନିଜ ମାଙ୍କ ପାଇଁ ବିଧବା ଭତ୍ତା ଆବେଦନ କରିଥିଲେ। ଯାହାକି ଠ୧/୦୪/୨୧ରୁ ତାଙ୍କ ନାମରେ ଭତ୍ତା ଲାଗୁ ହୋଇଥିଲା। ମାସିକ ୫ ଶହ ଟଙ୍କା । ହେଲେ ଆଜିକୁ ୫ ମାସ ବିତିଲାଣି ତାଙ୍କ ନାମରେ କେହି ପଞ୍ଚାୟତ କାର୍ୟ୍ୟାଳୟରୁ ଟିପ ଚିହ୍ନ ମାରି ମାସିକ ଟଙ୍କା ଲୁଟିବାରେ ଲାଗିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଏ ସଂପର୍କରେ କିଛି ଜଣା ନାହିଁ । ଏହି ବିଷୟରେ ପଦ୍ମନ ସାହୁ ବ୍ଲକ କାର୍ୟ୍ୟଳୟକୁ ଯାଇ ବୁଝିବାରୁ ସେଠି ତାଙ୍କୁ କହିଥିଲେ ଆପଣଙ୍କ ମା’ଙ୍କ ନାମରେ ୧/୪/୨୧ରୁ ଟଙ୍କା ପ୍ରେରଣ କରାଯାଉଛି ଏବଂ ଟଙ୍କା ନେଉଥିବା ନେଇ ଦର୍ଶାଯାଇଛି ତେବେ ଉକ୍ତ ଟଙ୍କା କିଏ ନେଉଛି ତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଶ୍ରୀ ସାହୁ କହିଛନ୍ତି।

ପ୍ରକାଶ ଥାଉକି, ମୋହନା ବ୍ଲକରେ ଅନେକ ବୃଦ୍ଧ/ବୃଦ୍ଧାଙ୍କ ମୁତ୍ୟୁ ପରେ ମଧ୍ୟ ଟିପ ଚିହ୍ନ ମାରି ପରିବାର ଲୋକେ ଟଙ୍କା ନେଉଛନ୍ତି । ତେବେ ଏହାର ତଦନ୍ତ କେବେ ହେବ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories