www.samajalive.in
Monday, December 8, 2025
20.1 C
Bhubaneswar

ହାତୀ ଉଦ୍ଧାର ସମୟରେ ଓଡ୍ରାଫ୍‌ ଟିମ୍‌ ଡଙ୍ଗା ଓଲଟିବା ଘଟଣା; ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ

ଭୁବନେଶ୍ବର: କଟକ ନରାଜ ସ୍ଥିତ ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍‌ ଟିମ୍‌ ଡଙ୍ଗା ଓଲଟିବା ଘଟଣାରେ ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ଘଟିଛି। ଏନେଇ ଏସିସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଏସସିବିରେ ପହଞ୍ଚିବା ବେଳକୁ ଅରିନ୍ଦମଙ୍କ ମୃତ୍ୟୁ ହୋଇସାରିଥିବା କହିଛନ୍ତି ଜରୁରୀକାଳୀନ ଅଧିକାରୀ। ଅପରପକ୍ଷରେ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ମୁଣ୍ଡଳି ବ୍ୟାରେଜରେ ଫସିଥିବା ଏକ ହାତୀକୁ ଉଦ୍ଧାର କରିବା ପାଇଁ ଯାଇଥିଲେ ଓଡ୍ରାଫ୍‌ ଟିମ୍। ତାଙ୍କ ସହ ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ଏବଂ କ୍ୟାମେରାମ୍ୟାନ୍‌ ପ୍ରଭାତ ସିହ୍ନା ଖବର ସଂଗ୍ରହ ପାଇଁ ଯାଇଥିଲେ। ମାତ୍ର ଉଦ୍ଧାର ସମୟରେ ଓଡ୍ରାଫ୍‌ ଟିମ୍‌ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପ୍ରଖର ସ୍ରୋତରେ ଭାସି ଯାଇଥିଲା ଡଙ୍ଗା। ଫଳରେ ଡଙ୍ଗାରେ ଥିବା ସମସ୍ତେ ପାଣିରେ ପଡ଼ିଯାଇଥିଲେ। ଏହାପରେ ବନବିଭାଗ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଜଣଙ୍କ ପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ଜଣେ ଓଡ୍ରାଫ୍ କର୍ମଚାରୀ ନିଖୋଜ ଥିଲେ। ଏହାପରେ ବହୁତ ସମୟର ସଂଘର୍ଷ ପରେ ଅରିନ୍ଦମ ଓ ପ୍ରଭାତଙ୍କୁ ଉଦ୍ଧାର କରାଯାଇ ଏସସିବିକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ଅରିନ୍ଦମଙ୍କୁ ମୃତ ଘୋଷଣା କରିଥିଲେ। ଏଥିସହ ପ୍ରଭାତଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଛି।

- Advertisement -

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories