www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରଦ୍ଧାଞ୍ଜଳି…ସାହସୀ ସାମ୍ବାଦିକ ଅରିନ୍ଦମ

ରାଜ୍ୟରେ ସମ୍ବାଦ ପରିବେଷଣ କ୍ଷେତ୍ରରେ ନିଜର ଅଧ୍ୟବସାୟ ଓ ନିର୍ଭିକ ସାମ୍ବାଦିକତା ପାଇଁ ସାଧାରଣ ଜନମାନସଙ୍କ ନିକଟବର୍ତ୍ତୀ ହୋଇପାରିଥିବା ଓଡିଶା ଟିଭିର ମୁଖ୍ୟ ସାମ୍ବାଦିକ ଅରିନ୍ଦମ ଦାସଙ୍କର ବିୟୋଗ ଘଟିଛି। କଟକ ନରାଜ ମୁଣ୍ଡଳୀ ଠାରେ ନଦୀ ମଝିରେ ଅଟକି ରହିଥିବା ଏକ ହାତୀକୁ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଦଳ ସହ ବୋଟରେ ଓଡିଶା ଟିଭିର ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଯାଇଥିଲେ। ତେବେ ଓଡ୍ରାଫ ଟିମ ହାତୀର ନିକଟତର ହେଉଥିବା ବେଳେ ଜଳ ସ୍ରୋତର ପ୍ରଖର ସୁଅରେ ବୋଟଟି ଭାରସାମ୍ୟ ହରାଇ ଥିଲା ଓ ମୁଣ୍ଡଳୀ ପୋଲ ତଳକୁ ଖସିଯାଇ ପୋଲର ଏକ ଖୁଣ୍ଟ ପାଖରେ କିଛି ସମୟ ଧରି ଘୁରି ବୁଲିଥିଲା।

ବୋଟକୁ ଅକ୍ତିଆରକୁ ଆଣିବା ପାଇଁ ଓଡ୍ରାଫ ଟିମ ସଦସ୍ୟ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବୋଟଟି ଓଲଟି ପଡିଥିଲା। ଏହି ବିଷୟ ପ୍ରଚାରିତ ହେବା ମାତ୍ରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଅରିନ୍ଦମ, ପ୍ରଭାତ ଓ ଓଡ୍ରାଫର ଅନ୍ୟ ସଦସ୍ୟମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ଅଣାଯାଇଥିଲା। କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା, ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଅନୁଯାୟୀ, ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ ମେଡିକାଲ ଆଣିବା ଭିତରେ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ବରିଷ୍ଠ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ପ୍ରାୟ ଏକ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିଥିଲେ ତାଙ୍କୁ ବଞ୍ଚାଇବା ପାଇଁ ହେଲେ ତାହା ସଫଳ ହୋଇ ପାରିନଥିଲା।

- Advertisement -

୧୯୮୨ ମସିହାରେ ଜନ୍ମଗ୍ରହଣ କରିଥିବା ଅରିନ୍ଦମଙ୍କର ମାତ୍ର ୩୮ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। କିଛି ବର୍ଷ ପୂର୍ବେ ଅରିନ୍ଦମଙ୍କ ପିତାଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଅରିନ୍ଦମଙ୍କ ଘରେ ତାଙ୍କ ପତ୍ନୀ ଓ ପୁଅ ଅଛନ୍ତି। ଆମ ‘ସମାଜ’ ପରିବାର ପକ୍ଷରୁ ଅରିନ୍ଦମଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି, ତାଙ୍କ ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories