www.samajalive.in
Sunday, December 7, 2025
15.1 C
Bhubaneswar

ଜାତିସଂଘରେ ଆସନ ଖୋଜୁଛି ତାଲିବାନ

କାବୁଲ : ପାକିସ୍ତାନ, ଚୀନ୍‌ ଓ କାତାର ସହାୟତାକ୍ରମେ ଜାତିସଂଘରେ ଆସନ ଖୋଜୁଛି ତାଲିବାନ। ସମ୍ପ୍ରତି ଜାତିସଂଘ ସାଧାରଣ ପରିଷଦ ବୈଠକ ଚାଲିଥିବାବେଳେ ଏହାର ସଦସ୍ୟ ତଥା ବିଶ୍ବନେତାମାନଙ୍କୁ ପତ୍ରଲେଖି ପ୍ରତିନିଧିତ୍ବ ଜାହିର ପାଇଁ ସୁଯୋଗ ଦେବାକୁ ତାଲିବାନ ସରକାର ନିବେଦନ କରିଛି। ଆଫଗାନିସ୍ତାନରେ ବା ତାଲିବାନ ଶାସନର ଗଣ୍ଡି ଭିତରେ ଅଲ୍‌-କାଏଦା କିମ୍ବା ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌)ର ଉପସ୍ଥିତି ନାହିଁ କିମ୍ବା ତାଲିବାନ ସରକାର ଆତଙ୍କବାଦକୁ ସମର୍ଥନ କରୁ ନାହିଁ ବୋଲି ମଧ୍ୟ ପତ୍ରରେ ଉଲ୍ଲେଖ କରିଛି। ଏଥିସହିତ ଦୋହାରେ ଅବସ୍ଥାପିତ ମୁଖପାତ୍ର ସୁହେଲ ସାହିନଙ୍କୁ ଜାତିସଂଘ ପାଇଁ ନିଜର ଦୂତ ନିଯୁକ୍ତ କରିଛି। ସୋମବାର ମିଳିଥିବା ଏହି ପତ୍ର ଉପରେ ଚୀନ୍‌, ରୁଷିଆ ଓ ଆମେରିକାକୁ ନେଇ ଗଠିତ ୯ଜଣିଆ ‘କ୍ରେଡେନ୍‌ସିଆଲ କମିଟି’ ବିଚାରବିମର୍ଶ ଚଳାଇଛି। ଚଳିତ ମାସ ୨୭ରେ ସାଧାରଣ ପରିଷଦ ବୈଠକ ଶେଷ ହେଉଥିବାରୁ ଏହା ପୂର୍ବରୁ ଉପରୋକ୍ତ କମିଟିର ରିପୋର୍ଟ ଆସିବା ସମ୍ଭବ ନୁହେଁ; ଅତଏବ ଚଳିତ ବର୍ଷ ଜାତିସଂଘରେ ତାଲିବାନର ପ୍ରବେଶ ଭାଗ୍ୟ ଖୋଲିବା ଆଶା କ୍ଷୀଣ ମନେ ହେଉଛି। ଏହି ରି​‌େ​‌ପ​‌‌ାର୍ଟ ମିଳିବା ଓ ଏହା ଉପରେ ନିଷ୍ପତ୍ତି ପର୍ଯ୍ୟନ୍ତ ଅସ୍ରଫ ଘନି ସରକାର ଅମଳରେ ନିଯୁକ୍ତ ଗୁଲାମ ଇସାକ୍‌ଜାଇ ଜାତିସଂଘରେ ଆଫଗାନିସ୍ତାନର ଦୂତ ରହିବେ। ଆସନ୍ତା ୨୭ରେ ସେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
ତାଲିବାନ ସରକାରର ସମସ୍ତ ପ୍ରମୁଖଙ୍କୁ ଜାତିସଂଘ ପକ୍ଷରୁ ବିଶ୍ବ ଆତଙ୍କବାଦୀ ତାଲିକାରେ ସ୍ଥାନ ମିଳିଥିଲେ ମଧ୍ୟ ଏବେ ସେମାନଙ୍କ ଧୃଷ୍ଟତା ଅନେକଙ୍କୁ ବିସ୍ମିତ କରିଛି। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନକୁ ଶାସନ କଲାବେଳେ ତାଲିବାନକୁ ସାଉଦି ଆରବ ଓ ୟୁନାଇଟେଡ ଆରବ ଏମିରେଟ୍ସ ଭଳି କେବଳ ତିନିଟି ରାଷ୍ଟ୍ରକୁ ବାଦ ଦେଲେ ବିଶ୍ବ ସମୁଦାୟ ସ୍ବୀକୃତି ଦେଇ ନ ଥିଲେ। ଏବେ ପାକିସ୍ତାନ ଓ କାତାର ଏହାକୁ ଆନ୍ତର୍ଜାତିକ ମାନ୍ୟତା ଦେବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି। ପଛରେ ରହି ଚୀନ୍‌ ଏହାକୁ ଇନ୍ଧନ ଯୋଗାଉଛି। କାତାର ତାଲିବାନ ସପକ୍ଷରେ ସର୍ବାଧିକ ଓକିଲାତି କରୁଛି। ଏହାର ଶାସକ ଶେଖ୍‌ ତମିମ ବିନ୍‌ ହମାଦ ଅଲ୍‌ ଥାନି ମଙ୍ଗଳବାର ବୈଠକରେ ଉପସ୍ଥିତ ବିଶ୍ବ ନେତାଙ୍କୁ ତାଲିବାନକୁ ସ୍ବୀକୃତି ଦେବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗତ ସପ୍ତାହରେ ଅନୁଷ୍ଠିତ ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ତାଲିବାନ ସପକ୍ଷରେ ଯୁକ୍ତି ଉପସ୍ଥାପନ ସହ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ପୁନଶ୍ଚ ଆସନ୍ତା ୨୫ରେ କାଠମାଣ୍ଡୁରେ ହେବାକୁ ଥିବା ଦକ୍ଷିଣ ଏସୀୟ ରାଷ୍ଟ୍ର ସଂଘ ଆଞ୍ଚଳିକ ସହଯୋଗ (ସାର୍କ)ଗୁଡ଼ିକର ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ତାଲିବାନକୁ ସାମିଲ କରିବା ପାଇଁ ଜିଦ୍‌ ଧରିଥିଲେ। ଏହି କାରଣରୁ ସାର୍କ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାକିସ୍ତାନକୁ ଏକଘରକିଆ କରିବା ସହ ବୈଠକକୁ ବାତିଲ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେହିଭଳି ଏସ୍‌ସିଓ ବୈଠକରେ ତାଲିବାନକୁ ପର୍ଯ୍ୟବେକ୍ଷକ ସଦସ୍ୟ ଭାବେ ଯୋଗଦେବାର ସୁଯୋଗ ପ୍ରଦାନ ପାଇଁ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ପ୍ରସ୍ତାବ ଦେଇଥିଲେ; ଯାହା ଅଗ୍ରାହ୍ୟ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories