www.samajalive.in
Tuesday, December 9, 2025
16.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଏହି ବିସ୍କୁଟ

ବିସ୍କୁଟ ଏକ ଏପରି ଖାଦ୍ୟ ଯାହା ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ୟ୍ୟନ୍ତ ସଭିଁଙ୍କୁ ବେଶ ପସନ୍ଦ। ମାତ୍ର କେତେକ ବିସ୍କୁଟ ରହିଛି, ଯାହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ କେଉଁ ପ୍ରକାର ବିସ୍କୁଟ ଖାଇବା ଉତ୍ତମ ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ।
ଅଧିକାଂଶ ବିସ୍କୁଟରେ ରିଫାଇଣ୍ଡ କାବ୍ରୋହାଇଡ଼୍ରେଡ଼ ଉଚ୍ଚ ମାତ୍ରାରେ ଥାଏ। ତେଣୁ ସେହି ପ୍ରକାରର ବିସ୍କୁଟ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ନୁହେଁ। ଜାଣନ୍ତୁ ଏହା ବିଷୟରେ……
ଗହମ ବିସ୍କୁଟ (ଅଟା ବିସ୍କୁଟ) – ମଇଦା ବିସ୍କୁଟ ଅପେକ୍ଷା ଅଟାରେ ପ୍ରସ୍ତୁତ ହୋଇଥିବା ବିସ୍କୁଟ ଖାଇବା ଲାଭଦାୟକ। ଆପଣ ଯଦି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ଅଟନ୍ତି ତେବେ ଗହମରେ ପ୍ରସ୍ତୁତ ବିସ୍କୁଟ ଖାଆନ୍ତୁ। ଏହା ପୋଷକ ଯୁକ୍ତ ଓ ଶୀଘ୍ର ହଜମ ମଧ୍ୟ ହୋଇଥାଏ। ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ।
କମ ଫ୍ୟାଟ ଯୁକ୍ତ ବିସ୍କୁଟ – କମ ଫ୍ୟାଟ ଯୁକ୍ତ ବିସ୍କୁଟରେ ତୈଳ ଅଂଶର ମାତ୍ରା କମ ଥାଏ। ଏହାକୁ ଆପଣ ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ। ଅଟାରେ ଅନ୍ୟାନ୍ୟ ଦ୍ରବ୍ୟ ସହ ତେଲର ମାତ୍ରା କମ କରି ଏହାକୁ ପ୍ରସ୍ତୁତ କରିବେ।
ଡ଼ାଇଜେଷ୍ଟିବ ବିସ୍କୁଟ – ଏହାକୁ ଗହମ ଓ ଫାଇବରର ଏକ ଉତ୍ତମ ସ୍ରୋତ ବୋଲି କୁହାଯାଏ। ଏହା ଓଜନ ହ୍ରାସ ମଧ୍ୟ କରିଥାଏ।
ଜିରା ବିସ୍କୁଟ – ଜିରା ବ୍ୟବହାର ହୋଇ ପ୍ରସ୍ତୁତ ହୋଇଥିବା ବିସ୍କୁଟ ସ୍ୱାଦ ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏଥିରେ କ୍ୟାଲୋରୀର ମାତ୍ରା କମ ଥାଏ।
ଯଦି ଆପଣ ଚା’ ପିଇବା ସମୟରେ ମିଠା ବିସ୍କୁଟ ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏହା ଦାନ୍ତ ପାଇଁ କ୍ଷତିକାରକ ହେବା ସହ ଶରୀରର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories