www.samajalive.in
Tuesday, December 9, 2025
16.1 C
Bhubaneswar

ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଛି- ଶବ ବ୍ୟବଚ୍ଛେଦ ରିପୋର୍ଟ

ପ୍ରୟାଗରାଜ: ଫାଶୀରେ ଚାପି ହୋଇ ଶ୍ବାସରୁଦ୍ଧ ହେବା କାରଣରୁ ଅଖୀଳ ଭାରତୀୟ ଆଖଡ଼ା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟିଛି। ବୁଧବାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏନେଇ ଖୁଲାସା ହୋଇଛି। ରିପୋର୍ଟ ଅନୁସାରେ, ଗଳା ଚାରିପଟେ ଦଉଡ଼ି ଚିହ୍ନ ମଧ୍ୟ ରହିଛି। ଶରୀରରେ ଅନ୍ୟ କୌଣସି ପ୍ରକାରର ଆଘାତ କିମ୍ବା କ୍ଷତ ନାହିଁ। ‘ଫାଶୀ ଯୋଗୁଁ ଶ୍ବାସରୁଦ୍ଧ ହେବା’ ମୃତ୍ୟୁର ମୂଳ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅଧିକ ପରୀକ୍ଷାନିରୀକ୍ଷା ପାଇଁ  ଭିସେରାକୁ ସୁରକ୍ଷିତ ରଖାଯାଇଛି। ନରେନ୍ଦ୍ର ଗିରିଙ୍କ ମତ୍ୟୁକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, କେଉଁ କାରଣରୁ ନରେନ୍ଦ୍ର ଗିରିଙ୍କୁ ଏତେ ବଡ଼ ପଦକ୍ଷେପ ନେବାକୁ ପଡ଼ିଲା ସେନେଇ ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ଼ ନୋଟରେ ଉଲ୍ଲେଖ ରହିଛି, ଯେଉଁଥି​‌ରେ ମୁଖ୍ୟତଃ ତାଙ୍କ ଶିଶ୍ୟ ଆନନ୍ଦ ଗିରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିଲା ବୋଲି ଲେଖାହୋଇଛି।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories