www.samajalive.in
Monday, December 8, 2025
20.1 C
Bhubaneswar

ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ଆରପିଏଫ୍ ପକ୍ଷରୁ ସଚେତନ

କଂଟାବାଞ୍ଜି : ଟ୍ରେନରେ ମହିଳାଙ୍କ ସୁରକ୍ଷା ଯାତ୍ରାକୁ ନେଇ ମଙ୍ଗଳବାର କଂଟାବାଞ୍ଜି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଏକ ସଚେତନ ଶିବିର ପୁର୍ବତଟ ରେଳବାଇ ପୁଲିସ ପକ୍ଷରୁ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରେଳ ଯାତ୍ରା ସମୟରେ ମହିଳାଙ୍କ ପାଇଁ ହେଉଥିବା ଅନେକ ସମସ୍ୟା ଉପରେ ସଚେତନ କରିବା ସହ କଣ ସବୁ କଲେ ଏହାର ସମାଧାନ ହେବ ତାରି ଉପରେ ଆଲୋଚନା କରି ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ । ରେଳବାଇ ପକ୍ଷରୁ ଜାରୀ କରାଯାଇଥିବା ୧୩୯ ହେଳ୍ପ ଲାଇନ୍ ନମ୍ବର ରେ ସାଧାରଣ ଯାତ୍ରୀ ଯୋଗାଯୋଗ କରିବା ପାଇଁ ଅଧିକାରୀ ମାନେ କହିଥିବା ବେଳେ ମହିଳା ମାନଙ୍କ ପାଇଁ ୩୪୫୬୭ ହେଳ୍ପ ଲାଇନ୍ ନମ୍ବର ରେ ଯୋଗାଯୋଗ କରି ନିଜ ସମସ୍ୟା କହି ପାରିବେ ବୋଲି ସୁଚାଇ ଥିଲେ । ଏ ବିଷୟରେ ଅଧିକ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସୁରଭୀ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ରେଳବାଇ ଏସ୍‌ଆଇ ଶଶୀ ପ୍ରକାଶ ଦୁବେ ଏ ଅବସରରେ ମହିଳା ମାନଙ୍କ ଟ୍ରେନ ଯାତ୍ରା ସମୟରେ ଭାରତୀୟ ରେଳବାଇ ପକ୍ଷରୁ ଗୁଗୁଲ୍ ମିଟ୍ ମାଧ୍ୟମରେ ଉକ୍ତ ମହିଳା ଯାତ୍ରୀଙ୍କ ସମସ୍ତ ତଥ୍ୟ ସେ ଯାତ୍ରା ଆରମ୍ଭ କରିଥିବା ଷ୍ଟେସନରୁ ଗନ୍ତବ୍ୟ ସ୍ଥଳ ଷ୍ଟେସନ ମଧ୍ୟରେ ମୁଖ୍ୟ ଷ୍ଟେସନ ଗୁଡିକରେ ସୁରକ୍ଷା ପ୍ରଦାନ କରାଯାଉଅଛି । ମହାବିଦ୍ୟାଳୟ ଅନେକ ଛାତ୍ରୀ ଉପସ୍ଥିତ ଥିବା ବେଳେ ଅଧ୍ୟାପକ ନେପାଳ ସେଠୀ, ଅଧ୍ୟାପିକା ସୁନନ୍ଦା ରଥ, ନିରବତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories