www.samajalive.in
Monday, December 8, 2025
20.1 C
Bhubaneswar

ଜାତିସଂଘ ସାଧାରଣ ପରିଷଦରେ କାଶ୍ମୀର ପ୍ରସଙ୍ଗ ପୁଣି ଉଠାଇଲା ତୁର୍କୀ

ନ୍ୟୁୟର୍କ: ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଏର୍ଦୋଗାନ୍‍ ଜାତିସଂଘ ସାଧାରଣ ପରିଷଦରେ ଉଦବୋଧନ ଦେବା ଅବସରରେ କାଶ୍ମୀର ପ୍ରସଙ୍ଗ ପୁନର୍ବାର ଉଠାଇଛନ୍ତି। ଗତବର୍ଷ ମଧ୍ୟ ଏର୍ଦୋଗାନ ସାଧାରଣ ପରିଷଦ ବୈଠକର ବିତର୍କରେ ଭାଗନେବା ଅବସରରେ ନିଜର ପୂର୍ବରୁ ରେକର୍ଡିଂ କରାଯାଇଥିବା ଭିଡିଓରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ସମ୍ପର୍କରେ କହିଥିଲେ। ସେହି ସମୟରେ ଭାରତ ତାହାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରହଣୀୟ ବୋଲି କହିବା ସହିତ ତୁର୍କୀ ଅନ୍ୟ ରାଷ୍ଟ୍ରର ସାର୍ବଭୌମତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ଆବଶ୍ୟକ ଏବଂ ଏହାକୁ ତାହାର ନିଜସ୍ୱ ନୀତିରେ ସ୍ଥାନ ଦେବାକୁ କହିଥିଲା।

ମଙ୍ଗଳବାର ଦିନ ଏର୍ଦୋଗାନ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେବା ଅବସରରେ କହିଥିଲେ, ୭୪ ବର୍ଷ ଧରି କାଶ୍ମୀର ପ୍ରସଙ୍ଗର ସମାଧାନ କରିବା ଦିଗରେ ଏହା ନିଜର ଆଭିମୁଖ୍ୟ ପ୍ରକାଶ କରିଆସୁଛି। ସଂପୃକ୍ତ ପକ୍ଷଙ୍କ ମଧ୍ୟରେ ଆଲୋଚନା ଏବଂ ଜାତିସଂଘର ବିଧିବ୍ୟବସ୍ଥା ମଧ୍ୟରେ ଏହା କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ପାକିସ୍ତାନର ଘନିଷ୍ଠ ବନ୍ଧୁ ଭାବରେ ପରିଚିତ ତୁର୍କୀ ରାଷ୍ଟ୍ରପତି ଜାତିସଂଘରେ ଅନେକ ଥର କାଶ୍ମୀର ପ୍ରସଙ୍ଗ ଉଠାଇ ସାରିଛନ୍ତି। ସେ ମଧ୍ୟ ଗତବର୍ଷ ପାକିସ୍ତାନ ଗସ୍ତ କରିବା ଅବସରରେ ଏହି ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏର୍ଦୋଗାନଙ୍କର ଏଭଳି ମନ୍ତବ୍ୟରୁ ତାଙ୍କର ଇତିହାସ ସମ୍ପର୍କରେ ଜ୍ଞାନ ନଥିବା ଅଥବା ତାଙ୍କୁ କୂଟନୀତି ପରିଚାଳନା ଜଣାନଥିବା କହିଛନ୍ତି। ଏହା ତୁର୍କୀ ସହିତ ଭାରତର ସମ୍ପର୍କ ଉପରେ ବ୍ୟାପକ ପ୍ରଭାବ ପକାଇବ ବୋଲି ମଧ୍ୟ ନୂଆଦିଲ୍ଲୀ କହିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories