www.samajalive.in
Monday, December 8, 2025
17.1 C
Bhubaneswar

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକଙ୍କ ମାନବ ସମ୍ବଳ ପୁସ୍ତକ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ବିଶିଷ୍ଟ ଶିକ୍ଷାବିତ୍‍ ଓ ମ୍ୟାନେଜମେଣ୍ଟ ଗୁରୁ ତଥା ଏ.ଏସ୍‍.ବି.ଏମ୍‍. ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ କୁଳାଧ୍ୟକ୍ଷ ପ୍ରଫେସର ଡ଼କ୍ଟର ବିଶ୍ୱଜିତ ପଟ୍ଟନାୟକଙ୍କ ବହୁଚର୍ଚ୍ଚିତ ‘ମାନବ ସମ୍ବଳ ପ୍ରବନ୍ଧନ’ ପୁସ୍ତକର ଷଷ୍ଠ ସଂସ୍କରଣ ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁସ୍ତକଟିକୁ ଉନ୍ମୋଚିତ କରିଏହାର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ଏହା ପ୍ରବନ୍ଧନ ଶିକ୍ଷାରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ପ୍ରଫେସର ପଟ୍ଟନାୟକଙ୍କ ପୁସ୍ତକ “ଦି ନିଉ ଗ୍ଲୋବାଲାଇଜେସନ୍‍ : ଇଣ୍ଟିଗ୍ରେଟିଙ୍ଗ ପିପୁଲ୍‍, ଟେକ୍‍ନୋଲୋଜି ଏଣ୍ଡ ମାର୍କେଟ” ମହାମହିମ ରାଜ୍ୟପାଳଙ୍କୁ ଉପହାର ଦେଇଥିଲେ।

ସୂଚନାଯୋଗ୍ୟ, ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ବିଗତ ତିନି ଦଶନ୍ଧି ଧରି ଜଣେ ମ୍ୟାନେଜମେଣ୍ଟ ଶିକ୍ଷାର ପ୍ରଫେସର ଓ ଗବେଷକ ଭାବେ ଆର୍ନ୍ତଜାତୀକ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କର ଲଗାନ ଚଳଚ୍ଚିତ୍ର ଗବେଷଣା ପାଇଁ ସେଲଗାନ ପ୍ରଫେସର ଭାବେ ସୁପରିଚିତ। ପ୍ରଫେସର ପଟ୍ଟନାୟକ ୧୦୪ ଗୋଟି ଗବେଷଣାତ୍ମକ ପ୍ରବନ୍ଧ ଜାତୀୟ ଓ ଆର୍ନ୍ତଜାତୀୟସ୍ତରର ମ୍ୟାଜେମେଣ୍ଟ ଜର୍ନାଲରେ ପ୍ରକାଶିତ ଓ ଉଚ୍ଚ ପ୍ରଶଂସିତ ହୋଇଛି। ପ୍ରଫେସର ପଟ୍ଟନାୟକ ୨୪ ଗୋଟି ମ୍ୟାନେଜମେଣ୍ଟ ପୁସ୍ତକର ଲେଖକ।

- Advertisement -

ପ୍ରଫେସର ପଟ୍ଟନାୟକ ଆଇ.ଆଇ.ଏମ୍‍., ଇନ୍ଦୋର ଓ ଲକ୍ଷ୍ନୌର ମାନବସମ୍ବଳ ବିକାଶ ପ୍ରଫେସର ଓ ଇଣ୍ଡିଆନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ବ୍ୟାଙ୍କ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ସେ ବହୁଜାତୀୟ ଓ ଆର୍ନ୍ତଜାତୀୟ ପୁରସ୍କାରରେ ସମ୍ମାନିତ। ଯୁକ୍ତରାଷ୍ଟ୍ର ଆମେରିକାର ଟିଚିଙ୍ଗ ଏକ୍‍ସେଲେ୍‍ନ୍ସ୍‍ ପୁରସ୍କାର ଏଥି ମଧ୍ୟରୁ ଅନ୍ୟତମ।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories