www.samajalive.in
Tuesday, December 9, 2025
17.1 C
Bhubaneswar

ଗୌରବ ଯାତ୍ରାରେ ଖର୍ଚ୍ଚ ହେବ ନାହିଁ ସରକାରୀ ଅର୍ଥ: ଉଚ୍ଚ ନ୍ୟାୟାଳୟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୌରବ ଯାତ୍ରାର ଆରମ୍ଭ ପୂର୍ବରୁ ଏହାକୁ ନେଇ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି। ବସୁନ୍ଧରା ରାଜେଙ୍କ ଗୌରବ ଯାତ୍ରାକୁ ନେଇ କଂଗ୍ରେସ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ମାମଲା ରୁୁଜୁ କରାଯାଇ ଥିଲା। ବସୁନ୍ଧରା ସରକାର ଗୌରବ ଯାତ୍ରାକୁ ସରକାରୀ ଉପଲବ୍ଧି ଓ ଜନତାଙ୍କ ସହ ସମ୍ପର୍କ ବୃଦ୍ଧିର ଯାତ୍ରା ବୋଲି ପ୍ରଚାର କରୁଥିବାବେଳେ କଂଗ୍ରେସ ଏହାକୁ ପ୍ରାକ୍‍ ନିର୍ବାଚନ ପ୍ରଚାର ଯାତ୍ରା ବୋଲି ଯୁକ୍ତି ଦର୍ଶାଇ ଥିଲା। କେବଳ ସେତିକି ନୁହେଁ। ଏପରିକି ଜିଲାର ଜିଲାପାଳ ଓ ଏସପିଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ବାଧ୍ୟ କରାଯାଉ ଥିଲା। ଜନତାଙ୍କୁ ବିଜେପିକୁ ଭୋଟ ଦେବାକୁ ପ୍ରବତ୍ତା ଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଥିଲା।
ଏହି ମାମଲାରେ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ରାଜସ୍ଥାନ ସରକାର ଓ ବିଜେପିକୁ ନୋଟିସ ଜାରି କରିଥିଲେ। କୋର୍ଟରେ ବସୁନ୍ଧରା ସରକାର ଏଭଳି ଯାତ୍ରା ବିଜେପି ଓ ସରକାରଙ୍କ ମିଳିତ ଯାତ୍ରା ବୋଲି ସ୍ୱୀକାର କରିଥିଲେ। ବୁଧବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ମାନ୍ୟବର କୋର୍ଟ ଗୌରବ ଯାତ୍ରାକୁ ସରକାରୀ ଯାତ୍ରା ଭାବେ ଗ୍ରହଣ କରାଯାଇ ନପାରେ ବୋଲି ସ୍ପଷ୍ଟ କରିଛନ୍ତି। ଏପରିକି ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟାନ୍ୟ ନେତା, ମନ୍ତ୍ରୀ ନିଜସ୍ୱ ଖର୍ଚ୍ଚରେ ଯାନ ବାହନର ବ୍ୟବହାର କରିବେ ବୋଲି କୋର୍ଟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories