www.samajalive.in
Tuesday, December 9, 2025
16.1 C
Bhubaneswar

ବାଙ୍କୀ ବିଧାୟକଙ୍କ ବନ୍ୟାଞ୍ଚଳ ପରିଦର୍ଶନ,ହୁଳୁହୁଳା ପୋଲ ନିର୍ମାଣ ପାଇଁ ଆଲୋଚନା

ବାଙ୍କୀ : ମହାନଦୀରେ ଚଳିତ ବନ୍ୟା ପରିସ୍ଥିତି ଅନୁଧ୍ୟାନ ପାଇଁ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ଶନିବାର ଦିନ ବାଙ୍କୀ ଉପଖଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରି ପରିସ୍ଥିତି ସମ୍ପର୍କରେ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଲଘୁଚାପ ବର୍ଷାର ପ୍ରଭାବ ଏବଂ ହୀରାକୁଦରୁ ମହାନଦୀକୁ ଜଳ ନିସ୍କାସନ ହେବା ଦ୍ୱାରା ବାଙ୍କୀ ଉପଖଣ୍ଡର ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ବାଙ୍କୀର ବିଲିପଡା, ଶିମିଳିପୁର, ହରିରାଜପୁର, ତାଳବସ୍ତ, ଦୋଲଣାପୁର, ଢଁସର, ତୁଳସୀପୁର, କୁଶପଙ୍ଗୀ ଆଦି ପଞ୍ଚାୟତର ପ୍ରାୟ ୨୯୧୨ ହେକ୍ଟର ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିବା ଦ୍ୱାରା ଉଭୟ ଧାନ ଓ ଅଣଧାନ ଫସଲ ପ୍ରଭାବିତ ହୋଇଛି । ବିଧାୟକ ଦେବୀରଂଜନ ତ୍ରିପାଠୀ ବିଲିପଡା ପଞ୍ଚାୟତ, ଶିମିଳିପୁର ପଞ୍ଚାୟତ, ଗୋଳାଗଣ୍ଡ, ଅନୁଆରୀ, ଦୁର୍ଗାପୁର ପଞ୍ଚାୟତର ପ୍ରଭାବିତ ଅଂଚଳ ବୁଲିଥିଲେ। ଶୁଖୁଆଖଳା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ୨ ଫୁଟ ପାଣି, ବିଲିପଡା-ତାଳବସ୍ତ ସଂଯୋଗୀ ରାସ୍ତାରେ ୩ ଫୁଟ ପାଣି ଏବଂ ଶିମିଳିପୁର-ବିଲିପଡା ରାସ୍ତାର କଇଁଆନାଳ ଠାରେ ରାସ୍ତାରେ ୨ଫୁଟ ପାଣି ଥିବା ହେତୁ ସାଧାରଣ ଗମନାଗମନ ବାଧାପ୍ରାପ୍ତ ହୋଇଥିବା ଅନୁଧ୍ୟାନ କରିଥିଲେ।

ସେହିପରି ଅପରାହ୍ନରେ ବିଧାୟକ ମହାନଦୀ ପୋଲରେ ମହାନଦୀର ବନ୍ୟାଜଳ ଅନୁଧ୍ୟାନ କରିବା ସହିତ ଘୋଡାବର ଠାରେ ହୁଳୁହୁଳା ପୋଲ ଉପରେ ରହିଥିବା ବନ୍ୟାଜଳ ଓ ପ୍ରଭାବ ସମ୍ପର୍କରେ ସ୍ଥାନୀୟ ଅଂଚଳବାସୀଙ୍କ ସହିତ ଆଲୋଚନା କରିଥିଲେ। ବାଙ୍କୀ ଜଳ ସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀଙ୍କ ସୂଚନାକ୍ରମରେ ବାଙ୍କୀ ଡାକବଙ୍ଗଳା ଠାରେ ମହାନଦୀରେ ବନ୍ୟାଜଳ ବିପଦ ସଂକେତର ୧.୨୦ ମିଟର ତଳେ ପ୍ରଭାବିତ ହେଉଥିବା ସୂଚନା ମିଳିଛି । ସୂଚନା ଅନୁଯାଇ ଉତ୍ତର ବାଙ୍କୀର ପ୍ରାୟ ୭୫୧ ହେକ୍ଟର ଚାଷ ଜମିରେ ବନ୍ୟାଜଳ ମାଡି ରହିଥିବାରୁ ରତାଗଡ,ବନ୍ଦାଳ,କନ୍ତପଁହରା ଆଦି ପଞ୍ଚାୟତର କୃଷକ ମାନଙ୍କର ପରିବା ଚାଷ ଓ ଧାନ ଚାଷ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ହୁଳୁହୁଳା ପ୍ରଦର୍ଶନ ସମୟରେ ବିଧାୟକଙ୍କ ସହିତ ସୁବର୍ଣ୍ଣପୁର ସରପଞ୍ଚ ତରୁଣ କୁମାର ମହାପାତ୍ର, ଓସ୍ତିଆର ପୂର୍ବତନ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା,ଜିଲ୍ଲା ପରିଷଦ ସଦସ୍ୟ ମାନସ କୁମାର ମହାପାତ୍ର,ସରଣ୍ଡାଗଡର ବରିଷ୍ଠ ନେତା ଗତିକୃଷ୍ଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବନ୍ୟାର ସ୍ଥିତି ସମ୍ପର୍କରେ ଓ କୃଷକର କ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ଦୀର୍ଘ ଦିନ ଧରି ଉତ୍ତର ବାଙ୍କୀର ଜନସାଧାରଣ ହୁଳୁହୁଳା ପୋଲର ପୁନଃରୁଦ୍ଧାର ଓ ସୁଉଚ୍ଚ କରାଯାଇ ପାରିଲେ ବନ୍ୟା ସମୟରେ ଅଂଚଳବାସୀ ଏହି ରାସ୍ତା ଦେଇ ଗମନାଗମନ କରିବାର ବାଧା ରହିବ ନାହିଁ ବୋଲି ଦୃଷ୍ଟି ଆକର୍ଷଣ କରିଛନ୍ତି । ଚଳିତ ବର୍ଷ ହୁଳୁହୁଳା ପୋଲର ପୁନଃରୁଦ୍ଧାର ସହିତ ସ୍ଥାୟୀ ଉଚ୍ଚା ପୋଲ ଟିଏ କରାଯିବା ପାଇଁ ସରକାରଙ୍କର ଅନୁମୋଦନ ରହିଥିବା ସମ୍ପର୍କରେ ବିଧାୟକ ପ୍ରତିଶୃତି ଦେଇଥିଲେ। ଖୁବ୍ ଶୀଘ୍ର ଏହି ପୋଲଟି କାର୍ଯ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅନୁରୂପ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories