www.samajalive.in
Monday, December 8, 2025
27.1 C
Bhubaneswar

ପ୍ରୟାଗରାଜରେ ଆତ୍ମସମର୍ପଣ କଲା ସନ୍ଦିଗ୍ଧ ଆତଙ୍କି; ଖୋଜୁଥିଲା ଏଟିଏସ୍‍

ପ୍ରୟାଗରାଜ (ଉତ୍ତରପ୍ରଦେଶ): ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଥିବା ହୁମାଇଦୁର ରହମନ ପ୍ରୟାଗରାଜର କରେଲି ଥାନାରେ ଆତ୍ମସମର୍ପଣ କରିଛି। ତାକୁ ଉତ୍ତର ପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ୱାଡ (ଏଟିଏସ) ଖୋଜୁଥିଲା। ନିକଟରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ପ୍ରକୋଷ୍ଠ ଦ୍ୱାରା ଗିରଫ କରାଯାଇଥିବା ଆତଙ୍କିଙ୍କ ସହିତ ସଂପୃକ୍ତ ଥିବା ଅଭିଯୋଗରେ ରହମନକୁ ଖୋଜାଯାଉଥିଲା। ପୁଲିସ ସୂତ୍ରରୁ କୁହାଯାଇଛି ଯେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରୁ ଗିରଫ ଓସାମାର ନିକଟ ସମ୍ପର୍କୀୟ ଏବଂ ସେ ଉତ୍ତରପ୍ରଦେଶର ଲଖନଉରେ ଆତଙ୍କବାଦ ଅଭିଯୋଗରେ ଗିରଫ ଅମିର ଜାଭେଦର ଶ୍ୱଶୁର ବୋଲି ଜାଣିବାକୁ ମିଳିଛି। ତଦନ୍ତ ସମୟରେ ଓସାମା ଓ ଜିଶନ ତଦନ୍ତକାରୀଙ୍କ ନିକଟରେ କହିଥିଲେ ଯେ ସେମାନେ ରାସାୟନିକ ପଦାର୍ଥ ବ୍ୟବହାର କରି ଏକ ବିସ୍ଫୋରଣ ଘଟାଇବା ଯୋଜନା କରିଥିଲେ। ଇତିମଧ୍ୟରେ ମହାରାଷ୍ଟୃ ଏଟିଏସ ଏବଂ ମୁମ୍ବଇ ପୁଲିସର ମିଳିତ ଦଳ ଚଢଉ କରି ଯୋଗେଶ୍ୱରୀ ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories