www.samajalive.in
Tuesday, December 9, 2025
17.1 C
Bhubaneswar

ବଡି ବିଲ୍ଡର ମନୋଜ ପାଟିଲଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ସାହିଲ ଖାନଙ୍କ ନାଁରେ ମାମଲା ରୁଜୁ

ମୁମ୍ବଇ: ପୂର୍ବତନ ମିଷ୍ଟର ଇଣ୍ଡିଆ ତଥା ବଡି ବିଲ୍ଡର ମନୋଜ ପାଟିଲଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିନେତା ସାହିଲ ଖାନ ଓ ଅନ୍ୟ ୩ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ଏନେଇ ଶୁକ୍ରବାର ସୂଚନା ଦେଇଛି ମୁମ୍ବଇ ପୁଲିସ।

ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖରେ ମନୋଜ ପାଟିଲ ଓଶିୱାରା ଥାନାରେ ସାହିଲ ଖାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ ଯେ, ସାହିଲ ଖାନ ତାଙ୍କୁ ହଇରାଣ କରୁଛନ୍ତି। ଏହାପରେ ବୁଧବାର ବିଳମ୍ବିତ ରାତିରେ ମନୋଜ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ସେ କୁପର ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ମନୋଜ ଏକ ସୁଇସାଇଡ଼ ନୋଟ୍‌ ମଧ୍ୟ ଲେଖିଥିଲେ। ସେଥିରେ ସେ ସାହିଲ ଖାନଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଏହି ମାମଲାରେ ଏବେ ସାହିଲଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।

- Advertisement -

ଏହି ମାମଲାରେ ମନୋଜଙ୍କ ମ୍ୟାନେଜର ପରୀ ନାଜ୍ କହିଛନ୍ତି ଯେ, ସାହିଲ ଖାନ୍‌ ୧ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ମନୋଜଙ୍କୁ ହଇରାଣ କରୁଥିଲେ। ତାଙ୍କ ଫୋନ୍‌ ନମ୍ବର ଭାଇରାଲ କରାଯାଇଥିଲା।

ଅପରପକ୍ଷରେ ସାହିଲ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସାହିଲ କହିଛନ୍ତି ଯେ, ଯେତେବେଳେ ମୁଁ ମନୋଜ ପାଟିଲଙ୍କ ଆତ୍ମହତ୍ୟା ବିଷୟରେ ଜାଣିଲି, ମୁଁ ନିଶ୍ଚିତ ଥିଲି ଯେ ଏହା ମିଛ। ମୋ ଦୃଷ୍ଟିକୋଣରୁ ଏହା ସମ୍ପୂର୍ଣ୍ଣ ଭାବେ ମନଗଢା କାହାଣୀ। ଏ ସମସ୍ତ ଘଟଣା ସହ ମୋର ସିଧାସଳଖ ଭାବେ କୌଣସି ସମ୍ପର୍କ ନାହିଁ। ମୁଁ କେବଳ ଜଣେ ଯୁବକକୁ ସାହାଯ୍ୟ କରିଥିଲି, ଯାହାଙ୍କୁ ମନୋଜ ଠକିଥିଲେ। ବାସ୍‌ ତାହାରି ଫଳ ଭୋଗୁଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories