www.samajalive.in
Monday, December 8, 2025
17.1 C
Bhubaneswar

କୃଷି ଆଇନକୁ ବର୍ଷେ: ଦିଲ୍ଲୀରେ ଏସଏଡିର ପ୍ରତିବାଦ ଶୋଭାଯାତ୍ରା

ନୂଆଦିଲ୍ଲୀ: ଦେଶରେ ତିନିଟି କୃଷି ଆଇନ ଗୃହୀତ ହେବାର ଏକବର୍ଷ ପୂରଣ ହୋଇଛି। ଶିରୋମଣି ଅକାଳି ଦଳ (ଏସଏଡି) ଏହି ଦିନଟିକୁ କଳା ଶୁକ୍ରବାର ଭାବରେ ପାଳନ କରିବା ସହିତ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲା। ଦିଲ୍ଲୀରେ ଗୁରୁଦ୍ୱାରା ରାକବ ଗଞ୍ଜ ସାହିବରୁ ସଂସଦ ଅଭିମୁଖେ ଏହି ଶୋଭାଯାତ୍ରା ବାହାରିଥିଲା। ଶିରୋମଣି ଅକାଳି ଦଳ ସଭାପତି ସୁଖବିର ସିଂ ବାଦଲ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୋ÷ର ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥଲେ। ସେଥିପାଇଁ ଦିଲ୍ଲୀର ଶଙ୍କର ରୋଡ ନିକଟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ନୂଆଦିଲ୍ଲୀ ଜିଲା ଡିସିପି ଦୀପକ ଯାଦବ କହିଛନ୍ତି, ଆନ୍ଦୋଳନକାରୀ ନେତାମାନଙ୍କୁ ସେଠାରେ ବିକ୍ଷୋଭ ପାଇଁ ଅନୁମତି ନଥିବା ଜଣାଇ ଦିଆଯାଇଛି। ବିକ୍ଷୋଭ ଶୋଭାଯାତ୍ରା କାରଣରୁ ଝଣ୍ଡେୱାଲାନ-ପଞ୍ଚକୁଆଇନ ରାସ୍ତାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ଦିଲ୍ଲୀ ସୀମାନ୍ତକୁ ବନ୍ଦ କରିଦିଆଯିବା ସହିତ ଗୁରୁଦ୍ୱାରା ରକବ ଗଞ୍ଜ ସାହିବକୁ ଘେରାଉ କରି ରଖାଯାଇଥିବା ଅକାଳି ଦଳ ପକ୍ଷରୁ କୁହାଯାଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories