www.samajalive.in
Monday, December 8, 2025
20.1 C
Bhubaneswar

ପ୍ରତିରକ୍ଷା ମନ୍ତ୍ରଣାଳୟର ଦୁଇ ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟର ଦୁଇଟି ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟାଳୟ କମ୍ପ୍ଲେକ୍ସ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ଏଭେନ୍ୟୁରେ ରହିଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ରାଜ୍ୟ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ, ରାଜ୍ୟ ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ କୌଶଲ କିଶୋର, ସିଡିଏସ ଜେନେରାଲ ବିପିନ ରାୱତ ଏବଂ ସଶସ୍ତ୍ର ବାହିନୀର ମୁଖ୍ୟ ଉପସ୍ଥିତ ଥିଲେ।

ପ୍ରତିରକ୍ଷା ମନ୍ତ୍ରଣାଳୟର କାର୍ଯ୍ୟାଳୟ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦିଲ୍ଲୀ ଆଜି ‘ନୂତନ ଭାରତ’ ଦୃଷ୍ଟିକୋଣ ଅନୁଯାୟୀ ଅଗ୍ରଗତି କରୁଛି ଏବଂ ନୂତନ ପ୍ରତିରକ୍ଷା କାର୍ୟ୍ୟାଳୟ କମ୍ପ୍ଲେକ୍ସଗୁଡିକ ଏବେ ଆମ ସେନାବାହିନୀଙ୍କୁ ସମସ୍ତ ଆଧୁନିକ ସୁବିଧା ଯୋଗାଇଦେବା ସହ ଉନ୍ନତମାନର କାର୍ଯ୍ୟ ଶୈଳୀ ଯୋଗାଇଦେବ।

- Advertisement -

ନୂତନ ପ୍ରତିରକ୍ଷା କାର୍ଯ୍ୟାଳୟ କମ୍ପ୍ଲେକ୍ସରେ ସେନା, ନୌସେନା ଏବଂ ବାୟୁସେନା ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସଶସ୍ତ୍ର ବାହିନୀର ପ୍ରାୟ ୭,୦୦୦ ଅଧିକାରୀ କାମ କରିପାରିବେ। ପିଏମଓ ପକ୍ଷରୁ କୁହାଯାଇଛି ଯେ, ଏହି କୋଠାଗୁଡ଼ିକ ଆଧୁନିକ ହେବା ସହ ସୁରକ୍ଷିତ ମଧ୍ୟ। ବିଲ୍ଡିଂ କାର୍ଯ୍ୟ ପରିଚାଳନା ପାଇଁ ଏକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସେଣ୍ଟର ପ୍ରତିଷ୍ଠା କରାଯାଇଛି, ଯାହା ଉଭୟ ବିଲ୍ଡିଂର ସୁରକ୍ଷା ଓ ତଦାରଖ କରିବ।

 

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories