www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରବଳ ଜନ ଗହଳି ଭିତରେ ମାଁ ମାଣିକେଶ୍ୱରୀ ନବାନ୍ନ ଖାଇଲେ

ଭବାନୀପାଟଣା :  ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ୧୬ ତାରିଖ ଭାଦ୍ରବ ଶୁକ୍ଲପକ୍ଷ ଦଶମୀ ତିଥିରେ ଦିବା ୮ ଘଣ୍ଟା ରୁ ୯ ଘଣ୍ଟା ମଧ୍ୟରେ କଳାହାଣ୍ଡିର ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ଠାରେ ଶହ ଶହ ଭକ୍ତଙ୍କ ଗହଣରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶଙ୍ଖ ବଜାଇ ମୁଖ୍ୟ ପୂଜାରୀ ବିଶିକେଶନ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ପୂଜକ ମାନେ ପୂଜାର୍ଚ୍ଚନା କରିଥିଲେ। ନର୍ବାନ୍ନ ଦିନରେ ମାଣିକେଶ୍ୱରୀଙ୍କ ଦର୍ଶନ ପାଇଁ ୧୬ ତାରିଖ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା। ପୂର୍ବରୁ ମାଁଙ୍କ ଠାରେ ନର୍ବାହ୍ନ ଭୋଗ ସରିବା ପରେ ଜନସାଧାରଣଙ୍କୁ ମାଁ ଙ୍କ ନବାନ୍ନ ଭୋଗ ଦିଆଯିବାର ବ୍ୟବସ୍ଥା ରହିଥିଲା। ମାଁ ଙ୍କ ଠାରୁ ନବାନ୍ନ ଭୋଗ ଟିକିଏ ପାଇବା ପାଇଁ ସକାଳୁ ମନ୍ଦିର ସମ୍ମୁଖରେ ଲମ୍ବାଧାଡି ହୋଇଥିଲା। ଏହି ଭିଡ କଳାହାଣ୍ଡି ଇତିହାସର ପ୍ରଥମ ଘଟଣା ଅଟେ। ଯାହା ଦୀର୍ଘ ଲମ୍ବା ଲାଇନ୍ ଲଗାଇ ଭକ୍ତ ମାନେ ମାଁ ଙ୍କ ଦର୍ଶନ ଓ ଭୋଗ ପାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଏହି ଲାଇନ୍ ମୁଖ୍ୟ ରାସ୍ତାରେ ଲମ୍ବିଯିବା ଫଳରେ ଗାଡି ମଟର ଯିବା ଆସିବାରେ ନାହିଁ ନଥିବା ବ୍ୟାଘାତ ସୃଷ୍ଟି ହୋଇଥିଲା। ଭକ୍ତମାନେ ମାଁଙ୍କ ଦର୍ଶନ ଓ ଭୋଗ ଟିକେ ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର କୋଭିଡ୍ କଟକଣାକୁ ଖୋଲାଖୋଲି ଭାବେ ଫୁ କରି ଉଡାଇ ଦେଇଥିବା ଦେଖାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories