www.samajalive.in
Monday, December 8, 2025
20.1 C
Bhubaneswar

ସୁବର୍ଣ୍ଣପୁର-ବିନ୍ଧାଣିମା ରାସ୍ତା ବିଚ୍ଛିନ୍ନ,ହୁଳୁହୁଳା ପୋଲ ଉପରେ ୨ଫୁଟ ପାଣି

ବାଙ୍କୀ : ୨ଦିନର ଲଘୁଚାପ ବର୍ଷାରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମହାନଦୀର ଦୁଇ କୂଳକୁ ପାଣି ଛୁଇଁଛି । ପ୍ରଭାବରେ ସୁବର୍ଣ୍ଣପୁର-ବିନ୍ଧାଣିମା ରାସ୍ତାର ଘୋଡାବର ଓ ରତାଗଡ ମଧ୍ୟରେ ରହିଥିବା ହୁଳୁହୁଳା ପୋଲ ଉପରେ ୨ ଫୁଟର ବନ୍ୟା ଜଳ ପ୍ରଭାବିତ ହେଉଛି । ଫଳରେ ଏହି ରାସ୍ତା ବୁଧବାର ଦିନ ବିଚ୍ଛିନ୍ନ ହୋଇଛି । ମହାନଦୀରୁ ବନ୍ୟାଜଳ ହୁଳୁହୁଳା ପୋଲ ଦେଇ ରତାଗଡ,କନ୍ତପଁହରା, ବନ୍ଦାଳ,ବାଉଁଶପୁଟ ଆଦି ପଞ୍ଚାୟତର ବ୍ୟାପକ ଚାଷ ଜମିରେ ବନ୍ୟାଜଳ ପ୍ରବେଶ କରିବା ଦ୍ୱାରା ବ୍ୟାପକ ଫସଲ ବନ୍ୟାଜଳରେ ବୁଡି ରହିଛି । ମହାନଦୀ ଉପକୂଳର ୭ ପଞ୍ଚାୟତ ସହିତ ତିଗିରିଆ ବ୍ଲକର ନଈକୂଳରେ ଥିବା ଗଦାଧରପୁର,ହାଟମାଳ,ବଡନାଉପୁଟ ପ୍ରଭୃତି ୩ଟି ପଞ୍ଚାୟତ ଅନୁରୂପ ଭାବରେ ମହାନଦୀର ବନ୍ୟାଜଳରେ ବ୍ୟାପକ କୃଷି କ୍ଷେତ୍ର ପ୍ରଭାବିତ ହୋଇଥିବା ଜଣାପଡିଛି । ପ୍ରତିବର୍ଷ ମହାନଦୀର ବନ୍ୟାଜଳ କୂଳ ଲଙ୍ଘିଲେ ପ୍ରଥମେ ଉପରୋକ୍ତ ଅଂଚଳ ଗୁଡିକ ଅଧିକ ପ୍ରଭାବିତ ହେବା ସହିତ ସୁବର୍ଣ୍ଣପୁର ବିନ୍ଧାଣିମା ରାସ୍ତାରେ ଚଳାଚଳ କରିବା ବାଧାପ୍ରାପ୍ତ ହେଉଛି। ଏବେ ଏଠାରେ କୈାଣସି ଦେଶୀ ଡଙ୍ଗା କିମ୍ବା ପ୍ରଶାସନ ପକ୍ଷରୁ ଲୋକଙ୍କର ଯାତାୟତ ପାଇଁ ସରକାରୀ ଡଙ୍ଗାର ବ୍ୟବସ୍ଥା ନହୋଥିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଜରୁରୀ କାର୍ଯ୍ୟ ହେତୁ ଯାଆଆସ କରୁଥିବା ଲୋକ ମାନେ ବିପଜ୍ଜନକ ଭାବରେ ପାଣିରେ ପଶି ଏପରିକି ୨ ଚକିଆ ଯାନ ପାଣିରେ ଭର୍ତ୍ତି କରି ଯାଆଆସ କରୁଥିବା ଦେଖିବାକୁ ମିଳିଛି। ଗତବର୍ଷ ବନ୍ୟା ସମୟରେ ହୁଳୁହୁଳା ପୋଲକୁ ଉଚ୍ଚା କରିବା ପାଇଁ ସ୍ଥାନୀୟ ଲୋକ ମାନେ ଜିଲ୍ଲାପାଳ,ବିଧାୟକ ଓ ସାଂସଦଙ୍କୁ ଅନୁରୋଧ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହି ପୋଲ ଟିର ପୁନଃରୁଦ୍ଧାର କରାଯାଇ ନଥିବାରୁ ସାମାନ୍ୟ ବନ୍ୟା ଆଶଙ୍କାରେ ଲୋକ ମାନେ ପ୍ରଭାବିତ ହେଉଥିବା ଅଭିଯୋଗ କରୁଛନ୍ତି। ଏ ସମ୍ପର୍କରେ ବାଙ୍କୀ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ବନ୍ୟା ପରିସ୍ଥିତି ସ୍ଥିର ରହିଲେ ଆସନ୍ତା କାଲି ଏଠାରେ ଲୋକ ମାନଙ୍କର ଯାତାୟତ ପାଇଁ ଯନ୍ତ୍ରଚାଳିତ ଡଙ୍ଗାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories