www.samajalive.in
Monday, December 8, 2025
17.1 C
Bhubaneswar

ତ୍ୱଚା ପାଇଁ ଉପକାରୀ ନଡିଆ ତେଲ

ନଡ଼ିଆ ତେଲରେ ବହୁ ଚମତ୍କାରିତା ଗୁଣ ନିହତ ହୋଇ ରହିଛି। ଏହା ଚର୍ମ ସମ୍ବନ୍ଧୀୟ ବହୁ ରୋଗର ନିରାକରଣ ନିମନ୍ତେ ବ୍ୟବହୃତ ହୋଇଥାଏ। ଏହା ଆମ ଶରୀର ପାଇଁ ବହୁ ହିତ ସାଧନ କରିଥାଏ। ଜାଣନ୍ତୁ ତାହା କ’ଣ ……..
ନଡ଼ିଆ ତେଲ ମୁହଁ ପାଇଁ ପ୍ରାକୃତିକ ମଶ୍ଚୁରାଇଜର ଭଳି କାମ କରିଥାଏ। ଏହାକୁ ମୁହଁରେ ଲଗାଇଲେ ମୁହଁ ଖୁବ ଉଜ୍ଜଳ ଦେଖାଯାଇଥାଏ। ମୁହଁର ଚର୍ମ ଜାକି ହେଉଥିଲେ ନିୟମିତ ଏହାକୁ ଲଗାଇଲେ ଏହା ଚର୍ମକୁ ସୁସ୍ଥ ରଖିଥାଏ।
ଓଠ ଫାଟି ଥିଲେ ଏହାକୁ ନିୟମିତ ଲଗାଇଲେ ଓଠ ଆଉ ଫାଟି ନଥାଏ।
ଗୋଡ଼ ଓ ହାତ ଫାଟିଲେ ମଧ୍ୟ ଏହାକୁ ଲଗାଇବା ଦ୍ୱାରା ଏହା ବହୁ ଲାଭ ଦାୟକ ହୋଇଥାଏ।
ସୁନ୍ଦର କେଶ ପାଇଁ –
କେଶରେ ନଡ଼ିଆ ତେଲ ଲଗାଇବା ଦ୍ୱାରା ଏହା କେଶକୁ ଖୁବ ମୋଟା ଓ ଲମ୍ବା କରିଥାଏ। ଏହାକୁ ୫ମିନିଟ କେଶ ମୂଳରେ ମାଲିସ କଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ ଓ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ। କେଶ ଖୁବ ଆକର୍ଷଣୀୟ ମଧ୍ୟ ହୋଇଥାଏ।
ଏହାକୁ ଆଣ୍ଠୁ ଗଣ୍ଠି , ଅଣ୍ଟା ଆଦିରେ ପ୍ରତିଦିନ ମାଲିସ କଲେ ଏହା ଖୁବ ଉପକାର ପ୍ରଦାନ କରିଥାଏ। ଆଣ୍ଠ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଥାଏ। ବିନ୍ଧା ଯନ୍ତ୍ରଣା ଆଦି କମିଯାଇଥାଏ।
ନଡ଼ିଆ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଖାଇଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଉପକାରୀ ଅଟେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories