www.samajalive.in
Sunday, December 7, 2025
13.1 C
Bhubaneswar

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଫିଟ୍‍ ଇଣ୍ଡିଆ ଫ୍ରିଡମ ରନ୍‍

ନୂଆଦିଲ୍ଲୀ: ଦେଶବାସୀଙ୍କ ମଧ୍ୟରେ ନିଜକୁ ସୁସ୍ଥ ଓ ଫିଟ୍‍ ରଖିବା ଦିଗରେ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଫିଟ୍‍ ଇଣ୍ଡିଆ ଫ୍ରିଡମ ରନ୍‍ ୨.୦ ଆୟୋଜିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ବର୍ଷ ପାଳନ କରାଯାଉଥିବା ‘ଆଜାଦି କି ଅମ୍ରିତ ମହୋତ୍ସବ’କୁ ପରୂନ କରିବା ଉଦ୍ଦେଶ୍ୟରେ ଏହି ଫ୍ରିଡମ ରନ୍‍ ଆୟୋଜନ କରାଯାଇଥିଲା। ଦେଶବ୍ୟାପୀ ଭର୍ଚୁଆଲ ପଦ୍ଧତିରେ ଉଦଘାଟିତ ଏହି କାର୍ଯ୍ୟକ୍ରମରେ ସମସ୍ତ ନାଗରିକ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକ୍ରମରେ ଅନ୍ୟୂନ ୩୦ ମିନିଟ ଶାରୀରିକ କାର୍ଯ୍ୟକଳାପକୁ ସାମିଲ କରିବାକୁ କୁହାଯାଇଛି। ଏହାର ଶୀର୍ଷକ ରଖାଯାଇଛି ‘ଜନ ଭାଗିଦାରି ସେ ଜନ ଆନ୍ଦୋଳନ’। ଏହି ଅବସରରେ ପିଏନବିର ନିର୍ବାହୀ ନର୍ଦ୍ଦେଶକ ବିଜୟ ଦୁବେ, ସ୍ୱରୁପ କୁମାର ସାହା, ଅନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଦ୍ୱାରକାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସମବେତ ହେବାପରେ କୋଭିଡ-୧୯ କଟକଣାକୁ ମାନି ସଂକ୍ଷିପ୍ତ ବାଟ ଦୌଡିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories