www.samajalive.in
Monday, December 8, 2025
20.1 C
Bhubaneswar

ବାଲିପୋଷି ସେକ୍ସନର ବୋରିଂ ବିଟରେ ରହୁନାହାନ୍ତି ବନରକ୍ଷୀ

ଠାକୁରମୁଣ୍ଡା:କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଠାକୁରମୁଣ୍ଡା ବନାଞ୍ଚଳ ବାଲିପୋଷି ସେକ୍ସନର ବୋରିଂ ବିଟରେ ରହୁନାହାନ୍ତି ବନରକ୍ଷୀ।  ଦୀର୍ଘଦିନ ହେଲା ୨୦ କିମି ଦୂର ଠାକୁରମୁଣ୍ଡା ବଜାରରେ ଘରଭଡା ନେଇ ରହୁଛନ୍ତି। ଏ କଥା ତଳୁ ଉପର ଯାଏଁ ସମସ୍ତେ ଜାଣିଛନ୍ତି। କେବଳ ଜାଣିନାହାନ୍ତି ସହାୟତା, ସହଯୋଗ ଓ ପୃଷ୍ଠପୋଷକତା ଜାରି ରଖିଛନ୍ତି। ତେବେ ଏ ଅହେତୁକ ଅନୁକମ୍ପା କାହିଁକି? କଣ ରହସ୍ୟ ରହିଛି ଏହା ପଛରେ? ଯାହା ଉଚ୍ଚ ସ୍ତରୀୟ ଅନୁସନ୍ଧାନର ଆବଶ୍ୟକତା ରଖେ। ଲୋକଙ୍କ ଅଭିଯୋଗ ହେଲା ତଳୁ ଉପର ଯାଏଁ ଅର୍ଥ ଗୋଟାଇବାରେ ଲାଗିଛନ୍ତି। ତେଣୁ ଏଠି ଅନୀତି ନୀତି ହୋଇଛି। ଦୁର୍ନୀତି କଥା ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି। ବନରକ୍ଷୀଙ୍କ କରାମତି ଏବେ ବେଶ ଚର୍ଚାରେ। ସରକାରୀ ବାସଗୃହ ରହିଛି ବୋରିଂରେ। ସେଥିରେ ବିଦ୍ୟୁତ ସଂଯୋଗ ଏବଂ ପାଣି ସଂଯୋଗ ମଧ୍ୟ ରହିଛି। ଅଥଚ ତାହା ବ୍ୟବହାର ହୁଏ ନାହିଁ। ସରକାରୀ ଘର ଅବ୍ୟବହୃତ ଥିଲେ ତାହା ଏସଏଚଜି କିମ୍ବା ଏସଏଚଜି ଫେଡେରେସନକୁ ଜୀବିକା ବୃଦ୍ଧି ନିମନ୍ତେ ହସ୍ତାନ୍ତର କରିବାକୁ ସରକାର ନିର୍ଦେଶନାମା ଜାରି କରିଛନ୍ତି।

 

- Advertisement -

ମାତ୍ର ତାହା ମଧ୍ୟ କରାଯାଉନାହିଁ। ଗୋଟିଏ ଘର ବ୍ୟବହାର ହେଉନଥିବାବେଳେ ପୁଣି ଏକ କୋଠା ଘର ନିର୍ମାଣ କରାଯାଇଛି । ବିଟ ଘର ବୋରିଂରେ ନକରି କରାଯାଇଛି ୫ କିମି ଦୂର ବାଲିପୋଷିରେ। ବୋରିଂରେ ହେବାକୁ ଥିବା ଘର କେମିତି ୫ କିମି ଘୁଞ୍ଚିଗଲା ତାହା ଏବେ ବେଶ ଚର୍ଚାରେ। ନିର୍ମିତ ବିଲଡିଂ ଗତ ମେ ମାସରେ ଖୋଦ ଡ଼ିଏଫଓଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ମାତ୍ର ୫ ମାସ ଚାଲିଥିଲେବି ବ୍ୟବହାର ହେଉନି ଘର । କ୍ଵାଟର ହେଲା ବାଲିପୋଷିରେ ଏଣେ ଠାକୁରମୁଣ୍ଡାରେ ରହୁଛନ୍ତି ବନରକ୍ଷୀ।  ଏଥିରୁ ଶାସନ କେମିତି ଚାଲିଛି ତାହା ବେଶ ଅନୁମେୟ। ଡ଼ିଏଫଓ କେବଳ ପିସି ଆଦାୟ ବ୍ୟତୀତ କୌଣସି ଦିନ ଶାସନ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ସମୟ ପାଇନାହାନ୍ତି ବୋଲି ଅଭିଯୋଗ ହେଉଛି। ନଚେତ ବନରକ୍ଷୀ ନିଜ କାର୍ଯ୍ୟସ୍ଥଳୀରେ ନରହିବା ପରି ଅବ୍ୟବସ୍ଥା ରହୁନଥାନ୍ତା ବୋଲି ଚର୍ଚ୍ଚା ହେଉଛି। ଅବଶ୍ୟ ନିକଟରେ ଶାସନଗତ ଅବ୍ୟବସ୍ଥା ଓ ଶିମିଳିପାଳରୁ ଜନବସତିର ସ୍ବେଛାକୃତ ପୁନର୍ବସତି ଦିଗରେ ସାମାନ୍ୟ ଦୃଷ୍ଟି ନଦେବା କାରଣରୁ ମାତ୍ର ୧୪ ମାସରେ ଡ଼ିଏଫଓ ଲାଡେ ଗଜାନନ ଦୟାନନ୍ଦଙ୍କ ନିକଟରେ ଅଚାନକ କରଞ୍ଜିଆ ବନଖଣ୍ଡରୁ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି। ପୁରୁଣା ଡ଼ିଏଫଓ ଦାୟିତ୍ୱ ହସ୍ତାନ୍ତର କରିବା ପରେ ନୂଆ ଅଧିକାରୀଙ୍କୁ ଘର ସଜାଡ଼ିବା ବେଶ  ଗୁରୁତ୍ୱପୂର୍ଣ ହୋଇପଡିବ। ତେବେ ଅବ୍ୟବସ୍ଥା ଆଗକୁ ସୁଧୁରୁଛିକି ନାହିଁ ତାହା ଦେଖିବାକୁ ବାକି ରହିଲା।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories