www.samajalive.in
Sunday, December 7, 2025
13.1 C
Bhubaneswar

ଶ୍ରୀନଗରରେ ପୁଲିସ ଦଳ ଉପରେ ଆତଙ୍କି ଆକ୍ରମଣ

ଶ୍ରୀନଗର: ଶ୍ରୀନଗରର ଖାନୟାରଠାରେ ଏକ ପୁଲିସ ଦଳ ଉପରକୁ ଆତଙ୍କିମାନେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୁଲିସ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ରବିବାର ଅପରାହ୍ନ ପ୍ରାୟ ୧.୩୫ରେ ଆତଙ୍କିମାନେ ଖାନୟାରଠାରେ ପୁଲିସର ଏକ ନାକା ଦଳ ଉପରକୁ ଆଖିବୁଜା ଗୁଳି ଚଳାଇବା ଫଳରେ ଏଥିରେ ଜଣେ ଶିକ୍ଷାନବିଶ ସବ୍‍ ଇନ୍ସପେକ୍ଟର ଆର୍ଶିଦ ଅହମଦ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଏସଏମଏଚଏସ ହାସପାତାଳକୁ ସ୍ଥାନାନ୍ତର କରାଯାଇଛି। ଆତଙ୍କି ଆକ୍ରମଣ ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରିଯାଇ ତଲାସି ଅଭିଯାନ ଆରମ୍ଭ କରିଦେଇଛନ୍ତି। ଗତ ମାସରେ ସୀମା ସୁରକ୍ଷା ବାହିନୀର ଏକ ଦଳ ଉପରେ ଜମ୍ମୁ କାଶ୍ମୀରର କୁଲଗାମ ଜିଲାରେ ଆକ୍ରମଣ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories