ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ୍ ଭାବେ ବ୍ୟବହାର କରନ୍ତୁ

ସ୍କ୍ରବ୍ କଲେ ତ୍ବଚାର ଲୋମଛିଦ୍ର ଖୋଲିଯିବା ସହ ରଙ୍ଗ ସଫା ଦେଖାଯାଏ। ଘରୋଇ ଉପାୟରେ ପେସ୍ତାବାଦାମ ଓ ଚାଉଳ ଗୁଣ୍ଡକୁ ନିୟମିତ ସ୍କ୍ରବ୍ ଭାବେ ବ୍ୟବହାର କରିପାରିବେ । ତୈଳ ତ୍ବଚା ହୋଇଥିଲେ, କ୍ରିମ୍ ଯୁକ୍ତ ମଏଶ୍ଚରାଇଜର ର ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ।
ରାତିବେଳା ତ୍ବଚାର କ୍ଲିନଜିଂ ନିହାତି ଆବଶ୍ୟକ।
ଗରମ କାରଣରୁ ତ୍ବଚାରେ ସନ୍-ଟ୍ୟାନ୍ ହୋଇଥିବାର ଦେଖାଯାଏ। ଏଥରୁ ରକ୍ଷା ପାଇବାକୁ ହେଲେ ଗ୍ରୀନ୍-ଟିକୁ ପାଣିରେ ଫୁଟାଇ ସେହି ପାଣି ଛିଟା ମୁହଁରେ ମାରନ୍ତୁ।
ଅନ୍ୟ ଏକ ଫ୍ରେଶନର୍ ହେଉଛି ଫ୍ରିଜରେ ଏକ ପାତ୍ରରେ ଗୋଲାପ ଜଳ ରଖନ୍ତୁ। ବାରମ୍ବାର ତୁଳା ସାହାଯ୍ୟରେ ସେହି ପାଣିରେ ତ୍ବଚା ପୋଛନ୍ତୁ।
ଗୋଲାପ ଜଳରେ ପ୍ରାକୃତିକ ତତ୍ତ୍ୱ ଓ ଆଣ୍ଟିସେଫଟିକ ଗୁଣ ରହିଛି। ଏହା ଆପଣଙ୍କ ମୁହଁରେ ଥିବା ଦୂଷିତ ପଦାର୍ଥକୁ ବାହାର କରିଥାଏ।
ଏହାର ନିୟମିତ ବ୍ୟବହାର କରିବା ମୁହଁ ପାଇଁ ଆଶୀର୍ବାଦ ଅଟେ। ଏଥିରେ ଥିବା ଆଣ୍ଟିସେଫଟିକ ଗୁଣ ଆପଣଙ୍କ ମୁହଁର ପିଏଚ ସ୍ତରକୁ ସନ୍ତୁଳିତ ରଖିଥାଏ।
ଗୋଲାପ ଜଳର ବ୍ୟବହାର ଦ୍ୱାରା ଆପଣ ସତେଜ ଅନୁଭବ କରିଥାଆନ୍ତି। ଏତଦ ବ୍ୟତୀତ ଏହା ସମସ୍ତ ପ୍ରକାରର ସ୍କିନ ପାଇଁ ମଧ୍ୟ ଲାଭଦାୟକ ଅଟେ।
ବଜାରରରେ ବିକ୍ରି ହେଉଥିବା ବିଭିନ୍ନ କମ୍ପାନୀର ଗୋଲାପ ଜଳ ବ୍ୟବହାର କରି ପାରିବେ। ମାତ୍ର ଆୟୁର୍ବେଦିକ ଗୋଲାପ ଜଳ ମୁହଁ ପାଇଁ ବେଶ ହିତକାରକ ଅଟେ।
ଗୋଲାପ ଜଳର ନିୟମିତ ବ୍ୟବହାର ମୁହଁର ଶୁଷ୍କତାକୁ ଦୂର କରିଥାଏ।
ବାହାରକୁ ଯାଇଥିଲେ ଘରକୁ ଆସି ତୁରନ୍ତ ଗୋଲାପ ଜଳରେ ମୁହଁ ପୋଛିବା ଦ୍ୱାରା ବାହାରର ଅପରିଷ୍କାର ପଦାର୍ଥ ମୁହଁର ଚର୍ମ ଭିତରକୁ ଯାଇପାରିନଥାଏ। ଫଳରେ ଆପଣଙ୍କ ମୁହଁର ରଙ୍ଗରେ କୌଣସି କୁପ୍ରଭାବ ପକାଇନଥାଏ।
ଆପଣ ନିୟମିତ ରାତିରେ ଗୋଲାପ ଜଳରେ ମୁହଁ ପୋଛି ଶୋଇବା ଦ୍ୱାରା ମୁହଁ ଉଜ୍ୱଳ ଓ ଗୋରା ହୋଇଥାଏ।
ନିୟମିତ ଏକ ମାସ ଦିନକୁ ୨ ଥର ଗୋଲାପ ଜଳରେ ମୁହଁ ପୋଛିଲେ ଆପଣ ନିଜେ ଅନୁଭବ କରିବେ ଏହା ମୁହଁ ପାଇଁ ଖୁବ ଉପକାରୀ।
ଗ୍ଲିସରିନ ସହ ଗୋଲାପ ଜଳ ମିଶାଇ ସପ୍ତାହକୁ ୩ ରୁ ୪ଥର ଲଗାନ୍ତୁ। ଏହା ମୁହଁକୁ ଉଜ୍ୱଳ ଓ ଗୋରା କରିଥାଏ।

kalyan agarbati

Comments are closed.