ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩,୨୬୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକ ମଧ୍ୟରେ ୪୦,୫୬୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ଆଉ ୩୩୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୪୧,୭୪୯କୁ ବୃଦ୍ଧିପାଇଛି। ଦେଶରେ ସଂପ୍ରତି ଦୈନିକ ସଂକ୍ରମଣ ହାର ୨.୩୮% ଓ ସାପ୍ତାହିକ ହାର ୨.୪୩% ରହିଛି। ଦେଶରେ କରୋନାରୁ ମୋଟ ୩,୩୨,୦୪,୬୧୮ ଜଣ ସୁସ୍ଥ ହୋଇସାରିଲେଣି। ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୫୩.୬୮ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ତାହାସହିତ ସେହି ସମୟ ପର୍ଯ୍ୟନ୍ତ ମୋଟ ୭୧.୬୫ କୋଟି ପାନ ଟିକା ଦିଆଯାଇଛି।
Popular Categories



