www.samajalive.in
Monday, December 8, 2025
20.1 C
Bhubaneswar

ଗୋରୁ ବୋଝେଇ ପିକଅପକୁ ଅଟକ ରଖି ତୁରୁମୁଙ୍ଗା ଥାନାରେ ଜିମା ଦେଲେ ଗ୍ରାମବାସୀ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମହ୍ଲାରପଦା ଗ୍ରାମରେ ରବିବାର ରାତିରେ  ଏକ ଗୋରୁ ବୋଝେଇ ପିକ୍ଅପ୍ କୁ ଅଟକ ରଖି ତୁରୁମୁଙ୍ଗା ଆରକ୍ଷୀଙ୍କ ଜିମା ଦେଇଛନ୍ତି । ସୂଚନା ଅନୁଯାୟୀ  ବିଳମ୍ବିତ ରାତିରେ ମହ୍ଲାରପଦା ଗ୍ରାମ ରାସ୍ତା ଦେଇ ଏକ ପିକ୍ଅପ୍ ଯାଉଥିବା ବେଳେ ଗ୍ରାମବାସୀ ଏହାକୁ ସନ୍ଦେହ କରି ଅଟକ ରଖି ଗାଡ଼ିର ପାଲ ଖୋଲି ଦେଖିଥିଲେ । ତେବେ ଗାଡ଼ି ରେ ୪ ଟି ବଳଦ ଚାଲାଣ ହେଉଥିବା ନେଇ ପିକ୍ଅପ୍ ଟିକୁ ଅଟକ ରଖି ତୁରୁମୁଙ୍ଗା ଆରକ୍ଷୀ କୁ ଖବର ଦେଇଥିଲେ । ତୁରୁମୁଙ୍ଗା ଆରକ୍ଷୀ ଘଟଣା ସ୍ଥଳରେ ପହଞ୍ଚି ପିକ୍ଅପ୍ ଟିକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି ।ତେବେ ଶେଷ ଖବର ସୁଧା ଆରଏମସି ରସିଦ ଦେଖାଇବାରୁ ବଳଦ ଚାରିଟିକୁ ବେପାରୀଙ୍କୁ ଜୀମା ଦିଆଯାଇଛି। ପିକଅପ୍ ଟି କୋର୍ଟ ରୁ ଅନୁମତି ପରେ ଛାଡ଼ ପାଇବ ବୋଲି ସୂଚନା ମିଳିଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories