www.samajalive.in
Monday, December 8, 2025
20.1 C
Bhubaneswar

ବଡ଼ମ୍ବା ଶିକ୍ଷାମଣ୍ଡଳରେ ନୂତନ ‘ଆମ ପାଠଶାଳା ଆମ ପାଖରେ’ କାର୍ଯ୍ୟକ୍ରମ

ବଡ଼ମ୍ବା  : ମହାମାରୀ କରୋନା କାରଣରୁ ଶ୍ରେଣୀଗୃହ ଏବଂ ଅନଲାଇନ ପାଠପଢାରୁ ବଞ୍ଚିତ ଶିଶୁଙ୍କ ନିୟମିତ ପାଠପଢା ଲାଗି ବଡ଼ମ୍ବା ଶିକ୍ଷାମଣ୍ଡଳରେ ଚଳିତମାସ ପହିଲାରୁ ଅର୍ଥାତ୍ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏହି ପ୍ରୟାସର ନାମକରଣ କରାଯାଇଛି ‘ଆମ ପାଠଶାଳା ଆମ ପାଖରେ’। ଦୀର୍ଘ ଦେଢବର୍ଷ ଧରି ନିୟମିତ ଶିକ୍ଷାଗ୍ରହଣରୁ ବଞ୍ଚିତ ଥିବା ଶତକଡ଼ା ପ୍ରାୟ ୭୧ପ୍ରତିଶତ ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଥିବା କହିଛନ୍ତି ଏହାକୁ ରୁପରେଖ ଦେଇଥିବା ମଣ୍ଡଳ ଶିକ୍ଷାଧିକାରୀ (ବରିଷ୍ଠ) ସୁଜାତା ପ୍ରିୟଦର୍ଶିନୀ ପଣ୍ଡା । ସୁଶ୍ରୀ ପଣ୍ଡାଙ୍କ ସୂଚନାନୁଯାଇ ଏହି ପରିକଳ୍ପନାରେ ସ୍କୁଲ ଖୋଲିନଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରପାଖ କୋଠଘର, କ୍ଲବ ଘର, ମନ୍ଦିର ବେଢା ତଥା କମ୍ୟୁନିଟି ସେଣ୍ଟରମାନଙ୍କରେ ନିୟମିତ ପାଠପଢା ଯିବ। ବ୍ଲକ ଅନ୍ତର୍ଗତ ୧୪୨ଟି ସ୍କୁଲର ପାଖାପାଖି ଏକହଜାର ଛାତ୍ରଛାତ୍ରୀ ସମୁଦାୟ ୨୭୨ଟି କେନ୍ଦ୍ରରେ ଏଭଳି ପାଠପଢାର ସୁଯୋଗ ପାଇବାକୁ ସ୍ଥିର ହୋଇଥିବା ପ୍ରକାଶ । ଅଭିଜ୍ଞ ଶ୍ରେଣୀଶିକ୍ଷକଙ୍କ ସମେତ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ତଥା ସ୍ୱେଛାକୃତ ମେଧାବୀ ଛାତ୍ରଛାତ୍ରୀମାନେ ଏହି ବ୍ୟବସ୍ଥାରେ ପିଲା ମାନଙ୍କୁ ଶିକ୍ଷାଦାନ କରିବାର ସୁଯୋଗ ପାଇବେ ବୋଲି ନିଷ୍ପତି ହୋଇଥିବା ଜଣାପଡିଛି । ତେବେ କଡ଼ାକଡ଼ି ଭାବେ କୋଭିଡ କଟକଣାକୁ ପାଳନ ପୂର୍ବକ ତଥା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହମତିରେ ଏହି ପାଠପଢା ପ୍ରତ୍ୟହ ସିମୀତ ସମୟ ପାଇଁ କରାଯିବାକୁ ସ୍ଥିର ହୋଇଛି । ପିଲାମାନେ ବିଶେଷକରି ଗଣିତ, ଇଂରାଜୀ, ବିଜ୍ଞାନ ଆଦି ନିୟମିତ ପଢିବା ଆବଶ୍ୟକ ଏବଂ ସାହିତ୍ୟ, ଇତିହାସ, ନଗର ବିଜ୍ଞାନ ଆଦି ପୂର୍ବଶ୍ରେଣୀ ପାଠ ଭୁଲିଯାଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏକ ସୋହାର୍ଦ୍ଦ୍ୟପୂର୍ଣ୍ଣ ତଥା ପରିବେଶ ଉପଯୋଗୀ ବାତାରଣରେ ସେମାନଙ୍କୁ ଏଭଳି ଶିକ୍ଷାଦାନ କରିବାଲାଗି ଇତିମଧ୍ୟରେ ବ୍ୟାପକ ସଚେତନ ବ୍ଲକସ୍ତରରେ କରାଯାଇଛି। ଅଭିଭାବକ ତଥା ଗ୍ରାମବାସୀଙ୍କ ସମର୍ଥନକୁ ଦୃଷ୍ଟିରେ ରଖି ତତ୍କାଳ ପଦକ୍ଷେପ ସ୍ୱରୁପ ସେପ୍ଟେମ୍ବର ପହିଲାରୁ ଅର୍ଥାତ୍ ବୁଧବାରଠାରୁ ବଡ଼ମ୍ବା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଏହି ଆମ ପାଠଶାଳା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିବା ପ୍ରକାଶ । ବିଭିନ୍ନ ମହଲରେ ବଡ଼ମ୍ବା ଶିକ୍ଷାମଣ୍ଡଳର ଏଭଳି ପ୍ରୟାସକୁ ସ୍ୱାଗତ କରାଯାଇଛି । ଏହାର ଅଗ୍ରଗତି ତଥା ସଫଳତା ଲାଗି ବ୍ଲକସ୍ତରୀୟ ସ୍ୱତନ୍ତ୍ର କମିଟି କରାଯାଇଛି ଏବଂ ସରକାରଙ୍କ ଶିକ୍ଷାପଦ୍ଧତିର ବିଭିନ୍ନ ନିୟମ ଓ ଖସଡ଼ା ମୁତାବକ ଛାତ୍ରଛାତ୍ରୀଙ୍କୁ ଏହି ପକ୍ରିୟାରେ ଇଛାଧୀନ ପାଠପଢା ଯିବାକୁ ସ୍ଥିର ହୋଇଥିବା ଜଣାଯାଇଛି । ଶୁଭାରମ୍ଭ ଅବସରରେ ଶିକ୍ଷାଧିକାରୀ ସୁଶ୍ରୀ ପଣ୍ଡା ମଣ୍ଡଳସ୍ତରୀୟ ତଦାରଖ କମିଟି ସହିତ ବିଭିନ୍ନ ପାଠଶାଳା ବୁଲିଦେଖିଥିବା ପ୍ରକାଶ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories