www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତର ପ୍ରଦେଶର ସମସ୍ତ ୪୦୩ ଆସନରେ ଲଢିବ ଆପ୍‍

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସମସ୍ତ ୪୦୩ ବିଧାନସଭା ଆସନରେ ଆମ ଆଦମି ପାର୍ଟି (ଆପ୍‍) ପ୍ରତିଦ୍ୱନ୍ଦ୍ୱିତା କରିବ। ଆସନ୍ତା ବର୍ଷ ହେବାକୁ ଯାଉଥିବା ବିଧାନସଭାରେ ନିର୍ବାଚନରେ ଦଳ ନିଜସ୍ୱ ସାମର୍ଥ୍ୟ ଆଧାରରେ ଲଢିବ ବୋଲି କହିଛନ୍ତି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ। ଦଳ ପକ୍ଷରୁ ଉତ୍ତର ପ୍ରଦେଶ ଦାୟିତ୍ୱରେ ଥିବା ଶ୍ରୀ ସିଂହ ମଙ୍ଗଳବାର କହିଛନ୍ତି, ଆଗାମୀ ୧୫ ଦିନ ମଧ୍ୟରେ ସମସ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ। ବର୍ତ୍ତମାନ ସୁଦ୍ଧା ୧୨୦ ଜଣ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇସାରିଛି। ଏହି ଅବସରରେ ସେ କହିଥିଲେ, ତାଙ୍କ ଦଳ ଭାଜପାର ମିଛ ଜାତୀୟତାବାଦର ମୁଖା ଖୋଲିବ ଏବଂ ଆମ୍‍ ଆଦମି ପାର୍ଟିର ବାସ୍ତବ ଜାତୀୟତା ପ୍ରଦର୍ଶନ କରିବ। ଉତ୍ତର ପ୍ରଦେଶର ସମସ୍ତ ୪୦୩ ବିଧାନସଭା ଆସନରେ ତାଙ୍କ ଦଳ ତ୍ରିରଙ୍ଗା ଯାତ୍ରା ଆରମ୍ଭ କରିବ ବୋଲି ସେ ସୂଚନା ଦେଇଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories